ଭାରି ବିରକ୍ତି ଲାଗୁଥିଲା… ମାଆକୁ ମାରି ଦେଲି, ଏଇ ଜଣେ କଳାଙ୍ଗାର ପୁଅର ବୟାନ୍

ମା ଯିଏକି ମରଣ ଶଯ୍ୟାରେ ନିଜେ ଶୋଇ ରହି ଆଉ ଗୋଟିଏ ଜୀବନକୁ ଜନ୍ମ ଦେଇଥାଏ । ନିଜ ଛୁଆ ପାଇଁ ଦୁନିଆର ସବୁଦୁଃଖ,କଷ୍ଟ ଯନ୍ତ୍ରଣାକୁ ହସି ହସି ସହିଯାଏ । କେତେ ପୂଜାପାଠ, ବ୍ରତ, ଉପବାସ କରି ପୁଅଟିଏ ପାଇଁ ଠାକୁରଙ୍କ ପାଖରେ ମାନସିକ କରିଥାଏ ।  ନିଜ ବୃଦ୍ଧାବସ୍ଥାରେ ପୁଅ ପାଖରେ ସେ ଜୀବନ କାଟିବ । ଆଉ ଜୀବନ ଛାଡିଲେ ମାଁ ମୁହରେ ମୁଖାଗ୍ନି ଦେବ ପୁଅ । ଏଇଆ ଆଶା ରଖିଥାଏ । ହେଲେ ଏ କଳି ଯୁଗରେ ହୁଏତ ଏହି ମା’ର ସ୍ବପ୍ନ ପ୍ରାୟ ସ୍ବପ୍ନରେ ହିଁ ରହିଗଲା । ଆଜି ଆମେ ଏଭଳି ଏକ ଘଟଣା ସମ୍ପର୍କରେ କହିବୁ ଯାହାକୁ ଶୁଣିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ । ପାଦତଳୁ ମାଟି ଖସି ଯିବ । ହଁ ଆଜ୍ଞା ଏ ଘଟଣା ଘଟିଛି ମହାରାଷ୍ଟ୍ରର ନାସିକରେ ।

ନିଜ ମାକୁ ଅତି ନିର୍ମମ ଭାବେରେ ହତ୍ୟା କରିଛି କଳି ଯୁଗର କୁଳାଙ୍ଗାର ପୁଅ । ଯାହାକି ସମଗ୍ର ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି କରିଛି । ଏହାକୁ ଭାବିଲେ ଛାତି ଥରି ଉଠିବ ନିଶ୍ଚୟ । ଜନ୍ମ ଦେଇଥିବା ମା ବାପା ହେଉଛନ୍ତି କଳି ଯୁଗର ଜୀବନ୍ତ ଦେବତା । ନିଜ ସନ୍ତାନ କଣ କେବେ ସେମାନଙ୍କ ଜୀବନ ନେଇ ପାରେ …?

ନାସିକ ଜେଲ୍ ରୋଡ୍ ଶିବାଜୀ ନଗର ଅଞ୍ଚଳର ବାସିନ୍ଦା ହେଉଛନ୍ତି ମୁରଲିଧର ପାଟିଲ୍ । ଯାହାଙ୍କ ବୟସ ୫୮ ବର୍ଷ । ନିଜ ୮୦ ବର୍ଷୀୟ ମା ଯଶୋଦା ବାଇ ମୁରଲୀଧର ପାଟିଲଙ୍କୁ ରାତିରେ ତଣ୍ଟିଚିପି ଅତି ନିର୍ମ୍ମମ ଭାବେ ହତ୍ୟା କରିଛି ଏହି ମାତୃହନ୍ତା ପୁଅ । ଅଭିଯୁକ୍ତ ଅରବିନ୍ଦ ପାଟିଲ୍ ନିଜ ମାକୁ ମାରି ନିଜେ ନାସିକରେ ଥିବା ପୋଲିସ ଷ୍ଟେସନକୁ ଯାଇ ନିଜ ଦୋଷ ନିଜେ ସ୍ୱୀକାର କରି କହିଥିଲା ମୁଁ ମୋ ମା ଉପରେ ବିରକ୍ତ ହୋଇ ତାକୁ ଜୀବନରୁ ମାରି ଦେଲି । ମତେ ଗିରଫ କର ।

ଏହାପରେ ପୋଲିସ ତାକୁ ଗିରଫ କରିଛି । ଯେତେବେଳେ ପୋଲିସ ତାଙ୍କ ଘରକୁ ଗଲା ଦେଖିଲା ବୃଦ୍ଧ ମା ଯୋଶଦାଙ୍କ ଶବ ତଳେ ପଡିଛି । ଏହାପରେ ପୋଲିସ ପୁଅ ନାମରେ ହତ୍ୟାର ମାମଲା ରୁଜୁ କଲା । ପରେ ଜାଣିବାକୁ ମିଳିଲା କି ଅରବିନ୍ଦ ଜଣେ ମାନସୀକ ରୋଗୀ । ସେ ବିବାହିତ । ସ୍ବାମୀ ମାନସୀକ ରୋଗୀ ଥିବା ହେତୁ ସ୍ତ୍ରୀ ତାକୁ ଛାଡି ଚାଲିଯାଇଛି ।

Spread the love