ଭିଜିଲାନ୍ସ ଜାଲରେ ଏଏସଆଇ, ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ
ଜୟପୁର : ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ । ୪୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଲା ବିସିଂପୁର ଏଏସଆଇଙ୍କୁ । ବୋରିଗୁମ୍ମା ବିସିଂପୁର ଥାନା ଏ ଏସ ଆଇ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସୂଚନା ଅନୁଯାୟୀ, କୁମୁଲି ପୁର୍ଣିଗୁଡ଼ା ଗାଁର ମଜୁରିଆ କନ୍ଦା ଜାନୀଙ୍କ ସ୍ତ୍ରୀଙ୍କୁ ଅନ୍ୟ ଜଣେ ଯୁବକ ନେଇ ଯାଇଥିଲେ ।
ସେ ସମ୍ପର୍କରେ କନ୍ଦା ଜାନୀ ବିସିଂପୁର ଥାନାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ରଫାଦଫା କରିବା ପାଇଁ ଏ ଏସ ଆଇ ନରସିଂହ ଦୋରା ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ ଟଙ୍କା ଡିଲ ବେଳେ ଏଏସଆଇଙ୍କୁ ମାଡି ବସିଥିଲା । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ନାମରେ ମାମଲା ରୁଜୁ କରିଛି । ଅଧିକ ତଦନ୍ତ ଜାରି ରହିଛି ।
