ଭୁବନେଶ୍ୱରରୁ ଚୋରି ବିଦ୍ୟୁତ ତାର ରାୟପୁରରୁ ଜବତ, ଡେରାଡୁନରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରୁ ଲୁଟ୍ ଡେରାଡୁନରୁ ଗିରଫ ।  ୩ କୋଟି ଟଙ୍କାର ଇଲେକ୍ଟ୍ରି କେବଲ ଚୋରି ଘଟଣାର ପର୍ଦାଫାସ ।  ଭୁବନେଶ୍ବର ଏମ୍ସ ପାଖରୁ ବିଦ୍ୟୁତ ତାର ଚୋରି ଘଟଣାରେ ପୋଲିସର ଖୁଲାସା ।  ଦୁଇ ଅଭିଯୁକ୍ତ ଜଗନ୍ନାଥ ମହାନ୍ତି ଓ ଅଲ୍ଲୀ ଅଜଗରକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।  ଛତିଶଗଡ଼ ରାୟପୁରରେ ବିକ୍ରି ହୋଇଥିବା ଚୋରି ବିଦ୍ୟୁତ ତାର ଜବତ ସହ ଡେରାଡୁନରୁ ଅଭିଯୁକ୍ତଙ୍କୁ କାବୁ କରି ଓଡ଼ିଶା ଆଣିଛି ପୋଲିସ ।  କ୍ରେନ୍ ସାହାଯ୍ୟରେ ଚୋରି କରି ୮୦ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ  ।  ଘଟଣାରେ ତନାଘନା ତଦନ୍ତ ବେଳେ ଏହା ପଛର ରାଜ୍ୟ ବାହାରର ଚୋରି ରାକେଟ କାମ କରୁଥିବା ପୋଲିସ ଜାଣିବାକୁ ପାଇଥିଲା ।

Spread the love