ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ

ଗତକାଲି ରାଜ୍ୟରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ସେହିପରି ବାକି ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ଼ର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡ଼ାର। ଏହି ୩ ଜଣଙ୍କ ବିଷୟରେ ସଂପୃକ୍ତ ଜିଲ୍ଲା ପ୍ରଶାସନମାନେ ପୂର୍ବରୁ ସୂଚନା ଦେଇ ସାରିଥିଲେ।

ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ଜଣଙ୍କ କେଉଁ ଅଞ୍ଚଳର ତଥା ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରୀ ରହିଥିଲା କି ନାହିଁ, ସେ ବିଷୟରେ କିଛି ଜଣାପଡ଼ିନାହିଁ। ସେହିପରି ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ତାହା ବି ଜଣାପଡ଼ି ନାହିଁ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଏ ସବୁ ସଂପର୍କରେ ତଥ୍ୟ ଖୋଜା ଚାଲିଛି।

Spread the love