ଭୁବନେଶ୍ୱରରେ ହେବ ନାହିଁ ଏଲିଭେଟେଡ଼ ମେଟ୍ରୋ : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଭୁବନେଶ୍ୱରରେ ହେବ ନାହିଁ ଏଲିଭେଟେଡ଼ ମେଟ୍ରୋ । ଏଥିପାଇଁ ନୂଆ ଆଲାଇନ ମେଣ୍ଟ ତିଆରି କରିବ ନଗର ଉନ୍ନୟନ ବିଭାଗ । ତେବେ ଏଥିପାଇଁ ସର୍ଭେ ହେବା ପାଇଁ ସମୟ ଲାଗିବ । ଏଲିଭେଟେଡ଼ ମେଟ୍ରୋ ହେଲେ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବ । ଏହାକୁ ଦୃଷ୍ଟିରେ ରଖି ଅଣ୍ଡର ଗ୍ରାଉଣ୍ଡ ମେଟ୍ରୋ କରିବାକୁ ଯୋଜନା କରାଯାଇଛି ବୋଲି କହିଛନ୍ତି ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ପ୍ରଶାସନ ବର୍ତ୍ତମାନ ମାଟିତଳେ ମେଟ୍ରୋ ରେଳ ନେଟୱାର୍କ ସଂପ୍ରସାରଣ କରିବା ଉପରେ କାର୍ଯ୍ୟ କରୁଛି । ପ୍ରସ୍ତାବିତ ମାଟିତଳେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ନୂତନ ରୂଟ ନିର୍ଦ୍ଧାରଣ କରାଯାଇ ନାହିଁ। ନଗର ଉନ୍ନୟନ ବିଭାଗ ଏନେଇ ସର୍ଭେ କରୁଛି । ଏଥିପାଇଁ କିଛି ସମୟ ଲାଗିବ। ବିଭିନ୍ନ ଲଜିଷ୍ଟିକ ଏବଂ ସହରୀ ଯୋଜନା ସମ୍ବନ୍ଧୀୟ ଚିନ୍ତା ଯୋଗୁଁ ଭୁବନେଶ୍ୱର ପାଇଁ ଇଲେଭେଟେଡ ମେଟ୍ରୋ ରେଳକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି କହିଛନ୍ତି ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Spread the love

Leave a Reply

Your email address will not be published. Required fields are marked *