ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ରେଳଯାତ୍ରୀ ମୃତ, କାରଣ ଅସ୍ପଷ୍ଟ
କୋରାପୁଟ: ଟ୍ରେନ୍ ଭିତରେ ମୃତଦେହ । ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ରେଳଯାତ୍ରୀ ମୃତ । କୋରାପୁଟ ରେଳ ଷ୍ଟେସନରେ ଏସ-୩ ବଗିରୁ ମୃତଦେହ ଉଦ୍ଧାର କରା ରେଲୱେ ପୋଲିସ । ମୃତ ବ୍ୟକ୍ତି ଜଣକ ମନିଷ ଦାସ । ସେ ଟ୍ରେନରେ ଭୁବନେଶ୍ବରରୁ ଟିକିରି ଯାଉଥିଲେ । ଡାକ୍ତର ଓ ରେଲୱେ ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ କରୁଛି । ତେବେ କିପରି ତାଙ୍କର ମୃତ୍ୟୁ ହେଲା କାରଣ ଅସ୍ପଷ୍ଟ ରହିଛି ।
