ଭୋଜନ କରିବା ପରେ ଚଲାବୁଲା କରିବା ଠିକ୍ ନାଁ ଭୁଲ ?

ଆପଣ ନିଶ୍ଚିତ ଭାବରେ ଅନେକ ଯାଗାରେ ଶୁଣିଥିବେ ଓ ପଢ଼ିଥିବେ ଖାଦ୍ୟ ଖାଇବା ପରେ ଚାଲିବା ଉଚିତ୍। ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ଏହା ସହ ଖାଦ୍ୟ ଖାଇବା ପରେ ଚାଲିଲେ ମଧ୍ୟ ଭଲ ନିଦ ହେବାରେ ସାହାଯ୍ୟ କରେ। ଏପରି ପରିସ୍ଥିତିରେ, ଅନେକ ଲୋକ ଭାବନ୍ତି ଯେ ଖାଦ୍ୟ ଖାଇବା ପରେ ବୁଲିବା ଦ୍ୱାରା ଖାଦ୍ୟ ପ୍ରକୃତରେ ଖାଦ୍ୟ କଣ ଶୀଘ୍ର ହଜମ ହୁଏ ? ଉତ୍ତର ହେଉଛି ଖାଦ୍ୟ ଖାଇବା ପରେ ଚାଲିବା ଦ୍ୱାରା କେବଳ ଖାଦ୍ୟ ହଜମ କରେ ନାହିଁ ବରଂ ପେଟର ଚର୍ବି ମଧ୍ୟ ଏହାଦ୍ୱାରା ବଢ଼େ ନାହିଁ।

ଆପଣ ଖାଇସାରିବା ପରେ ଯଦି ସକ୍ରିୟ ହୋଇ କିଛି କାମ କରିବେ ତେବେ ଆପଣଙ୍କ ଶରୀର ପୋଷକତତ୍ୱ ଗ୍ରହଣ କରେ । ଖାଦ୍ୟ ହଜମ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କ୍ଷୁଦ୍ର ଅନ୍ତନଳୀରେ ହୋଇଥାଏ। ଅନୁସନ୍ଧାନରୁ ଜଣାପଡିଛି ଖାଇବା ପରେ ଚାଲିବା ଦ୍ୱାରା ପେଟରୁ ଓ କ୍ଷୁଦ୍ର ଅନ୍ତନଳୀକୁ ଖାଦ୍ୟ ଶୀଘ୍ର ଚଳପ୍ରଚଳ ହୋଇଥାଏ । ଏହା ଦ୍ୱାରା ପେଟଫୁଲିବା, ଗ୍ୟାସ୍ ହେବା ଅମ୍ଳ ପରି ସାଧାରଣ ସମସ୍ୟା ହେବାର ସମ୍ଭାବନା ବହୁତ କମ୍ ଥାଏ । ଗବେଷଣା ଅନୁସାରେ ଖାଇବା ପରେ ୩୦ମିନିଟ ଚାଲିବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ । ଯେଉଁ କାରଣରୁ କୋଷ୍ଠକାଠିନ୍ୟ ହେବାର ସମ୍ଭାବନା ବହୁତ କମ୍ ଥାଏ ।

ଖାଇବା ପରେ ଚାଲିବା କେବଳ ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବ ନାହିଁ, ବରଂ ଏହା ଆପଣଙ୍କୁ ଦୈନିକ ଫିଟନେସ୍ ପାଇଁ ସାହାଯ୍ୟ କରିବ। ଯେକୌଣସି ପ୍ରକାର ଶାରୀରିକ ବ୍ୟାୟାମ ଶରୀରରେ ଏଣ୍ଡୋର୍ଫିନ୍ ବା ଫିଲ-ଗୁଡ୍ ହରମୋନ୍ ସୃଷ୍ଟି କରିଥାଏ। ଯାହା ଆମ ଶରୀରକୁ ଆରାମ ଦେବାରେ ସାହାଯ୍ୟ କରିଥାଏ। ଖାଇବା ପରେ ଆପଣ କିଛି ସମୟ ଚଲାବୁଲା କରିବା ନିହାତି ଆବଶ୍ୟକ ।

Spread the love