ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର : ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।  ଭୁବନେଶ୍ବର କୃଷି ଭବନ ଠାରେ ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କରିଛନ୍ତି  l  ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୫ ଗୋଟି ପ୍ରବାସୀ ପ୍ରବଣ ବ୍ଲକରେ ସଚେତନତା ସୃଷ୍ଟି କରିବ ଏହି ରଥ ।  ଏଥିପାଇଁ ସରକାରଙ୍କ ଦ୍ଵାରା ନିଶୁଳ୍କ ପ୍ରବାସୀ ହେଲ୍ପଲାଇନ – ୧୮୦୦-୩୪୫-୭୮୮୫ ଜାରି କରା ଯାଇଛି  l  ଯେକୌଣସି ଜରୁରୀ ପରିସ୍ଥିତି କିମ୍ବା ସୂଚନା ପାଇବା ପାଇଁ ଏହି ନମ୍ବରକୁ ଡାଏଲ୍ କରିପାରିବେ  l

Spread the love