ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ, ଭୁବନେଶ୍ବରରେ ଅବତରଣ କଲା ବିମାନ
ଭୁବନେଶ୍ବର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି। ମଝି ଆକାଶରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନକୁ ଜରୁରୀକାଳନୀ ଅବତରଣ କରାଯାଇଛି। ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର କର୍ମଚାରୀମାନେ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ। ଯୁଦ୍ଧକାଳୀନଭିତ୍ତିରେ ବିମାନକୁ ଅବତରଣ ପାଇଁ ପ୍ରସ୍ତୁତି କରାଯାଇଥିଲେ। ବିମାନ ଅବତରଣ କଲା ପରେ ଅସୁସ୍ଥ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଦିଆଯାଇଥିଲା। ଏହା ପରେ ବିମାନଟି ଗୁଆହାଟୀ ଅଭିମୁଖେ ଉଡ଼ିଥିଲା।
