ମଣିଷ ପାଇଁ ବରଦାନ ଠୁ ବି କମ୍ ନୁହେଁ ତରଭୁଜ…

(  ଶଶିକଳା ପ୍ରଧାନ) : ଜୀବଜଗତ ପାଇଁ ପ୍ରକୃତିର ବରଦାନ ଅତୁଳନୀୟ । ବିଶେଷ କରି ମଣିଷ ସାମଜ ପାଇଁ ପ୍ରକୃତିର ଅବଦାନକୁ  ଶବ୍ଦରେ ବର୍ଣ୍ଣନା କରିହେବନାହିଁ ।  ଋତୁ ବଦଳିବା ସହ  ପ୍ରକୃତି ଆମ ପାଇଁ ଖଞ୍ଜିଦେଉଛି ଅନେକ ଫୁଲ ଫଳ । ଋତୁ ଆନୁଯାୟୀ ଫଳର ସମ୍ଭାର ଉଜାଡିଦିଏ ପ୍ରକୃତି ।  ତା ନିୟମ ମାନିଲେ ମଣିଷକୁ କେବେବି  ରୋଗ ସ୍ପର୍ଶ କରିପାରିବ ନାହିଁ । ବର୍ତ୍ତମାନ ଭାରତର ଅଧିକାଂଶ ସହରରେ ଭିଷଣ ଗରମ ଅନୁଭୂତ ହେଉଛି ।

ଏହାପାଇଁ ମଧ୍ୟ ପ୍ରକୃତି ମଣିଷର ପସନ୍ଦ ଅନୁଯାୟୀ ବିଭିନ୍ନ ପ୍ରକାର ଫଳ ଯୋଗାଇ ଦେଇଛି । ତାହା ମଧ୍ୟରୁ ତରଭୁଜ ହେଉଛି ଗୋଟିଏ । ସକାଳ 8ଟା ବେଳକୁ ମୁଣ୍ଡଫଟା ଖରା ।  ଦିନ 12ଟା ବେଳକୁ ଚାରିଆଡେ ଶୁନଶାନ୍। ଗାଁଠୁ ସହର ପର୍ଯ୍ୟନ୍ତ ସେଇ ଗୋଟିଏ ଦୃଶ୍ୟ । ମଥା ଉପରକୁ ସୂର୍ଯ୍ୟ ଉଠିଲେ ସହରଟା ଢୋଲେଇପଡେ। କାଁଭା କେତୋଟି ହାଇଫାଇ କାର ବ୍ୟତୀତ ଆଉ କିଛି ଦେଖାଯାଏନି । ଅଟୋ ଓ ରିକ୍ସା ବାଲା ଗଛ ଛାଇ ଦେଖି ସେଇଠି ଅଟକି ରୁହନ୍ତି । ଦୋକାନରେ ଅଧା ସଟର ପଡିଯାଏ । ଆକାଶରେ ମେଘଖଣ୍ଡ ସବୁ ଲୋଚକାଳି ଖେଳନ୍ତି ସିନା ବିନା ଅନୁମତିରେ ବର୍ଷନ୍ତି ନାହିଁ ।

ଅପେକ୍ଷା କରନ୍ତି  ମୌସୁମୀର ଇସାରାକୁ । କାଳବୌଶାଖୀ ଆସେ ଖାଲି  ଶୋଷ ଦେଇ ଚାଲିଯାଏ… ।  ଶୋଷ ବେଳେ ଇଛାହୁଏ କିଛି ଶୀତଳ ପାନୀୟ ଜନିଷ । ସେଥିପାଇଁ ପ୍ରକୃତି ଆମକୁ ଯୋଗାଇ ଦେଇଛି ତରଭୁଜ । ମଣିଷ ସମାଜ ପାଇଁ ତରଭୁଜ ବରଦାନ ଠୁ କମ୍ ନୁହେଁ । ତେବେ ଆସନ୍ତୁ ଜାଣିବା ତରଭୁଜ  ଆମପାଇଁ  କେମିତି ମହସୋଧି ଭଳି କାମକରେ ।

ଗରମରୁ ନିଜ ଶରୀରକୁ ଜଳୀୟ ଅଂଶ ଯୋଗାଇବା ପାଇଁ ଆମେ ତରଭୁଜ ଖାଇଥାଉ । ଏହା ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ । ତରଭୁଜରେ ୯୨ ପ୍ରତିଶତ ପାଣି ଓ ୮ ପ୍ରତିଶତ ଚିନିର ପରିମାଣ ରହିଥାଏ । ଏହି ତରଭୁଜରେ ଭିଟାମିନ ଏ, ସି ଓ ବି ରହିଥାଏ । ଏହା ଖାଇବା ଦ୍ୱାରା ଓଜନ କମ୍ କରିବା ସହ ଆଖି, ଚୁଟି ଓ ତ୍ୱଚା ପାଇଁ ଲାଭ ମିଳିଥାଏ । ଏହି ତରଭୁଜ ଖାଇବା ଦ୍ୱାରା ପେଟରୋଗ ଓ ମଧୁମେହ ରୋଗ ହୋଇନଥାଏ ।

୧. ତରଭୁଜରେ ପଟ୍ଟାସିୟମ ରହିଥିବାରୁ ଏହା ହୃଦୟକୁ ସୁସ୍ଥ ରହିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକ ଗ୍ରହଣ କରିଥାଏ । ହୃଦୟକୁ ସୁସ୍ଥ ରଖିବା ପାଇଁ ଦିନକୁ ପ୍ରାୟ ୩୫୧୦ମିଲିଗ୍ରାମର ପଟ୍ଟାସିୟମ ଦରକାର ହୋଇଥାଏ ।
୨.ତରଭୁଜକୁ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ଆଖି ସମସ୍ୟା ଦୂର ହୋଇଥାଏ । ତରଭୁଜରେ ଭିଟାମିନ ‘ଏ’ ଥିବାରୁ ଆଖି ପାଇଁ ଭଲ ହୋଇଥାଏ । ଏହା ଖାଇବା ଦ୍ୱାରା ମୋତିଆ ବିନ୍ଦୁ ହୋଇନଥାଏ ।
୩. ତରଭୁଜରେ ଭିଟାମିନ ସିର ମାତ୍ରା ଅଧିକ ରହିଥାଏ । ଭିଟାମିନ ସି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାର୍ଯ୍ୟ କରିଥାଏ । ଏହା ଦ୍ୱାରା ଆମେ ଥଣ୍ଡା, ଜ୍ୱରଠୁ ବଞ୍ଚାଇ ଥାଏ ।
୪. ଭିଟାମିନ ସି ଦ୍ୱାରା ଆମ ତ୍ୱଚା ଓ ଚୁଟି ସୁସ୍ଥ ରହିଥାଏ । ତରଭୁଜ ଖାଇବା ଦ୍ୱାରା ତ୍ୱରା ଉଜ୍ଜ୍ୱଳ ହେବା ସହ ଚୁଟି ବଢ଼ିଥାଏ ।
୫. ତରଭୁଜରେ ପଟାସିୟମ ଅଧିକ ମାତ୍ରାରେ ରହିଥାଏରୁ ଶରୀର ସୁସ୍ଥ ରଖବା ସହ ମାଂସବେଶୀକୁ ଶକ୍ତ କରିଥାଏ । ତରଭୁଜ ଖାଇବା ଦ୍ୱାରା ମାଂସପେଶୀରେ ହେଉଥିବା ପିଡା ନିୟନ୍ତ୍ରଣ ହୋଇଥାଏ ।
୬. ତରଭୁଜରେ ପାନି ଅଂଶ ଅଧିକ ରହିଥାଏ । ଏହା ଖାଇବା ଦ୍ୱାରା ଶରୀରର ଥକ୍କା ପଣ ଦୂର କରିବା ସହ ତ୍ୱଜାକୁ ଉଜ୍ଜ୍ୱଳ ରଖିଥାଏ ।
୭. ସ୍ୱାସ ରୋଗୀଙ୍କ ପାଇଁ ତରଭୁଜ ବହୁତ ଲାଭ ଦାୟକ ହୋଇଥାଏ । ତରଭୁଜ ଖାଇବା ଦ୍ୱାରା ସ୍ୱାସ କମ୍ ହୋଇଥାଏ ।
୮. ତରଭୁଜରେ ଆଣ୍ଟିଅକ୍ସସାଇଡ ଥିବାରୁ ଶରୀର କୌଶର ଅବସ୍ଥାକୁ ବଜାଇ ରଖିଥାଏ ।
୯. ତରଭୁଜ ଖାଇବା ଦ୍ୱାରା ପାଚନତନ୍ତ୍ର କାର୍ଯ୍ୟ ବଢ଼ାଇବାରେ ସାହାର୍ଯ୍ୟ କରିଥାଏ ।
୧୦. ତରଭୁଜ ଖାଇବା ଦ୍ୱାରା ଶରୀରର ଓଜନ ହ୍ରାସ କରାଇଥାଏ । ତରଭୁଜରେ ଅଧିକ ପରିମାଣରେ ପାଣି ରହିଥିବାରୁ ଡାଇଟିଙ୍ଗର ବିକଳ୍ପ ହୋଇଥାଏ । ତରଭୁଜରେ ଭିଟାମିନ ଓ ମିନେରାଲ ମଧ୍ୟ ରହିଥାଏ ।

 

Spread the love