ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତୀୟଙ୍କ ପାଇଁ ସରକାରଙ୍କ କଣ୍ଟ୍ରୋଲ ରୁମ୍, ହେଲ୍ପଲାଇନ ନମ୍ବର ଜାରି
ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଏବଂ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ ହେଲ୍ପଲାଇନ୍ ନମ୍ବର ଜାରି କରିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୀବ୍ର ହେବା ସହିତ ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି ।
ପଶ୍ଚିମ ଏସିଆ ଏବଂ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ (MEA) ବୁଧବାର ସ୍ପେଶାଲ କଣ୍ଟ୍ରୋଲ ରୁମ୍ କରିଛି । ଏହି କଣ୍ଟ୍ରୋଲ ରୁମ୍ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲୁ ରହିବ । ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ଏହାର ମୂଳ ଲକ୍ଷ୍ୟ ।
ପ୍ରଭାବିତ ଲୋକ ଏହି କଣ୍ଟ୍ରୋଲ ରୁମ୍ ସହିତ ଯୋଗାଯୋଗ କରିପାରିବେ ।
୧୮୦୦୧୧୮୭୯୭
+୯୧ ୧୧ ୨୩୦୧ ୨୧୧୩
+୯୧ ୧୧ ୨୩୦୧ ୪୧୦୪
+୯୧ ୧୧ ୨୩୦୧ ୭୯୦୫
ଭାରତୀୟ ଦୂତାବାସଗୁଡ଼ିକର ଜରୁରୀକାଳୀନ ଯୋଗାଯୋଗ ନମ୍ବର :
ବାହାରିନ: +୯୭୩ ୩୯୪୧୮୦୭୧
ଇରାନ: +୯୮ ୯୧୨୮୧୦୯୧୧୫ / +୯୮ ୯୧୨୮୧୦୯୧୦ / +୯୮ ୯୧୨୮୧୦୯୧୦ / +୯୮ ୯୩୨୧୭୯୩୫୯
ଇରାକ: +୯୬୪ ୭୭୧ ୬୫୧ ୧୧୮୫ / +୯୬୪ ୭୭୦୪୪୪ ୪୮୯୯
ଇସ୍ରାଏଲ୍: +୯୭୨ ୫୪ ୭୫୨୦୭୧୧ / +୯୭୨ ୫୪ ୨୪୨୮୩୭୮
ଜୋର୍ଡାନ: +୯୬୨ ୭୭୦ ୪୨୨ ୨୭୬
କୁଏତ: +୯୬୫ ୬୫୫୦୧୯୪୬
ଲେବାନନ୍: +୯୬୧ ୭୬୮୬୦୧୨୮
ଓମାନ: + ୯୬୮୯୮୨୮୨୨୭୦
କାତାର: +୯୭୪ ୫୫୬୪୭୫୦୨
ରାମାଲ୍ଲା, ପାଲେଷ୍ଟାଇନ: +୯୭୦ ୫୯୨୯୧୬୪୧୮
ସାଉଦି ଆରବ (ରିୟାଦ): +୯୬୬୧୧୪୮୮୪୬୯୭
ୟୁଏଇ: +୯୭୧ ୫୪୩୦୯୦୫୭୧ (ହ୍ୱାଟ୍ସଆପ୍) / ୮୦୦ ୪୬୩୪୨
ଫେବୃଆରୀ ୨୮ ତାରିଖରେ ସଂଘର୍ଷ ଆରମ୍ଭ ହୋଇଥିଲା । ଆମେରିକା ଏବଂ ଇସ୍ରାଏଲ ଇରାନରେ ଏକ ସିରିଜ ଆକ୍ରମଣ କରିଥିଲେ, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଏବଂ ଅନ୍ୟ ଅନେକ ବରିଷ୍ଠ ଅଧିକାରୀଙ୍କୁ ହତ୍ୟା କରାଯାଇଥିଲା । ସେବେଠାରୁ ସମଗ୍ର ଅଞ୍ଚଳରେ ଆକ୍ରମଣ ଏବଂ ପ୍ରତି-ଆକ୍ରମଣ ତୀବ୍ର ହେଉଛି ।
