ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ, ଚାଲିଗଲା ୧୧ ଜୀବନ

ନୂଆଦିଲ୍ଲୀ,୧୧/୪: ଉତ୍ତରପ୍ରଦେଶର ଇଟାଓ୍ବାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ମନ୍ଦିରରୁ ଦର୍ଶନ ସାରି ଡିସିଏମରେ ଫେରୁଥିବା ବେଳେ ଦୁର୍ଘଟଣାରେ  ୧୧  ଶ୍ରୁଦ୍ଧାଳୁଙ୍କ ମୃତ୍ୟୁ ହୋଇଯାଇଛି। ନିୟନ୍ତ୍ରଣ ହରାଇ ଡିସିଏମଟି ଓଲଟିପଡ଼ିଥିଲା। ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିବା ବେଳେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲକୁ ପଠାଇଛି। ମୃତକମାନେ ଆଗ୍ରା ଜିଲ୍ଲାର ପିନହଟ ଅଞ୍ଚଳର ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ଇଟାଓ୍ବା ଜିଲ୍ଲାର ବଢ଼ପୁରା ଥାନା ଅନ୍ତର୍ଗତ ଲଖନା ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଆଗ୍ରାରୁ ଶ୍ରଦ୍ଧାଳୁମାନେ ଡିସିଏମ ଯୋଗେ ଆସିଥିଲେ।

ଦର୍ଶନ ସାରି ଫେରିବା ବେଳେ ନିୟନ୍ତ୍ରଣ ହରାଇ ଡିସିଏମଟି ୨୫ ଫୁଟ ଖାଇକୁ  ଖସିପଡ଼ିଥିଲା। ଏତେ ବଡ଼ ଦୁର୍ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ହୋ ହଲ୍ଲା ହୋଇଥିଲା।ଖବର ପାଇ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ  ଗାଡ଼ିରେ ଥିବ ସମସ୍ତଙ୍କୁ ବାହାର କରିଥିଲା। ଦୁର୍ଘଟଣାରେ ୧୧  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପୋଲିସ ନିକଟସ୍ଥ ହସ୍ପିଟାଲକୁ ପଠାଇଛି।

Spread the love