ମମତାଙ୍କୁ ରାଜ୍ୟପାଳଙ୍କ ଚେତାବନୀ; ‘ନିଆଁ ସହ ଖେଳନାହିଁ’

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବୃଦ୍ଧି ପାଇଥିବା ରାଜନୈତିକ ଛକାପଞ୍ଛା ଏବଂ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟପାଳ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ଚିନ୍ତାବ୍ୟକ୍ତ କରିବା ସହିତ ପଶ୍ଚିମବଙ୍ଗରେ ବିରୋଧୀଙ୍କ ପାଇଁ କୌଣସି ସ୍ଥାନ ବଞ୍ଚି ନାହିଁ ବୋଲି କହିଛନ୍ତି।

ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛନ୍ତି, ରାଜ୍ୟରେ କିଏ ବାହାର ଲୋକ ? ଏହି ମନ୍ତବ୍ୟର ଅର୍ଥ କ’ଣ ? କ’ଣ ଭାରତୀୟ ନାଗରିକ ବାହାର ଲୋକ ? ମମତାଙ୍କୁ ଏପରି ମନ୍ତବ୍ୟ ଦେବା ଅନୁଚିତ। ମୁଖ୍ୟମନ୍ତ୍ରୀ ନିଆଁ ସହିତ ଖେଳିବା ଉଚିତ ନୁହେଁ ବୋଲି ରାଜ୍ୟପାଳ ଚେତାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ବିଧାନର ପାଳନ କରିବା ଦରକାର।

Spread the love