ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ସୁନେତ୍ରା ପାୱାରଙ୍କ ଶପଥ, ରାଜ୍ୟର ହେଲେ ପ୍ରଥମ ଡେପୁଟି ସି.ଏମ୍
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ସୁନେତ୍ରା ପାୱାର ଆଜି ଶପଥ ଗ୍ରହଣ କରିଛନ୍ତି । ଲୋକ ଭବନରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଦିବଂଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ହେଲେ ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ।ବୁଧବାର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଗତକାଲି ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ସର୍ବସମ୍ମତି କ୍ରମେ ଏନସିପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା । ଶପଥ ପାଠ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି । ୬୨ ବର୍ଷୀୟା ସୁନେତ୍ରା ଏକ ରାଜନୈତିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପିଲାଦିନରୁ ରାଜନୀତି ଓ ସମାଜସେବା ସହ ଜଡ଼ିତ ଅଛନ୍ତି। ଏବେ ସୁନେତ୍ରା ରାଜ୍ୟସଭା ସଦସ୍ୟା ଅଛନ୍ତି ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ସାଂସଦ ପଦରୁ ଇସ୍ତଫା ଦେବେ ।
