ମହାରାଷ୍ଟ୍ର ରେ ମହା ବିପତ୍ତି: ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍: ୨୨ ମୃତ, ଅନେକ ଗୁରୁତର

ମୁମ୍ବାଇ, ୨୧/୪: ଦେଶରେ ମହାମାରୀ ଟେନସନ ଉଗ୍ରରୂପ ନେଇଥିବା ବେଳେ ଅକ୍ସିଜେନ୍ ଅଭାବ ମହାସଂକଟ ଭାବେ ଛିଡା ହୋଇଛି । ଏସବୁ ଭିତରେ ପୁଣି କରୁଣ ଚିତ୍ର ସାମ୍ନାକୁ ଆସିଛି । ନାସିକର ଜାକିର ହୁସେନ ହସ୍ପିଟାଲରେ ବଡ ଧରଣର ଦୁର୍ଘଟଣା । ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ହୋଇ ୨୨ ରୋଗୀଙ୍କ ମୃତ୍ୟୁ ହୋଇଛି ।

ସ୍ଥାନୀୟ ପ୍ରଶାସନ କହିବା ମୁତାବକ ଲିକ୍ ହେବା କାରଣରୁ ସପ୍ଲାଇ ବନ୍ଦ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଣ୍ଟରରେ ଥିବା ୨୨ ରୋଗୀଙ୍କ ପ୍ରାଣବାୟୁ ଉଡିଯାଇଛି । ସେଠାରେ ପାଖାପାଖି ୨୩ ଜଣ ରୋଗୀ ଥିଲେ । ଏବେ ଅନ୍ୟ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ଯାଞ୍ଚ ପାଇଁ କମିଟି ଗଠନ ହୋଇଛି। କେମିତି ଓ କେଉଁ କାରଣରୁ ଏଭଳି ହେଲା ତାର ତଦନ୍ତ ଆରମ୍ଭ ହୋଇଛି । ଯେତେବେଳେ ଘଟଣା ଘଟିଥିଲା ସେହି ସମୟରେ ହସ୍ପିଟଚାଲରେ ପାଖାପାଖି ୧୭୦ ରୁ ଅଧିକ ରୋଗୀ ଥିଲେ ।

Spread the love