ମହିଳା ସଶକ୍ତିକରଣ ନେଇ ଆଲୋଚନା, ସ୍ୱାସ୍ଥ୍ୟ ବିମା କାର୍ଡ ସଂପର୍କରେ ଆଲୋକପାତ

ଯାଜପୁର ୦୩/୦୧: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକର ସୁଙ୍ଗୁଡ଼ା ଗ୍ରାମରେ ମହିଳା ସଶକ୍ତିକରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ନାୟକ ସାହି ମଞ୍ଚ ଅନୁକୁଲ୍ୟରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅନୁଷୂୟା ମାହାଲାଙ୍କ ତତ୍ତ୍ଵାବଧାନରେ ୧୦ଟି ଗ୍ରୁପର ମହିଳାଙ୍କୁ ନେଇ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିମା କାର୍ଡରେ ଆସିଥିବା ଅର୍ଥ ଉପରେ ଆଲୋଚନା ହୋଇଥିଲା ।

ବିଶେଷ କରି ମହିଳା ମାନଙ୍କ ଶରୀର ଆରୋଗ୍ୟ ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିମା ଉପରେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରଂଶସନୀୟ ବୋଲି ଗ୍ରୁପର ମହିଳାମାନେ ମତପ୍ରକାଶ କରିଥିଲେ । ଏହି ସମନ୍ଧରେ ସ୍ୱାସ୍ଥ୍ୟ ସଖି ଶଶିକଳା ସେନାପତି, ସୁଙ୍ଗୁଡ଼ା ପଂଚାୟତ ସରପଞ୍ଚ ଚାଚାଲିନି ସ୍ୱାଇଁ ଯୋଗୋଦେଇ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଉପରେ ଆଲୋକ ପାତ କରିଥିଲେ ।

Spread the love