ମାଆ ତାରାତାରିଣୀଙ୍କ ଷୋଡ଼ଶ ଉପଚାର ପୂଜା, ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା

ବ୍ରହ୍ମପୁର: ଆରମ୍ଭ ହୋଇଛି ମାଆ ତାରାତାରିଣୀଙ୍କ ଶାରଦୀୟ ପୂଜା । ପବିତ୍ର ମୂଳାଷ୍ଟମୀଠାରୁ ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡ଼ଷ ପୂଜା ଉପଚାର । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମାଆ ତାରାତାରିଣୀଙ୍କ ଠାରେ ଗତକାଲି ସଂଧ୍ୟାରେ ମାଆଙ୍କୁ ଜଳାଭିଶେକ କରାଯାଇଛି । ମାଆଙ୍କୁ ୧୦୮ ସୁବାସିତ ଜଳରେ ସ୍ନାନ କରାଯାଇଛି । ଆରମ୍ଭ ହେଉଛି ମାଆଙ୍କର ଗୁପ୍ତନୀତି ।

ପୂଜାର ପ୍ରଥମ ଦିନରେ ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଆ ତାରାତାରୀଣିଙ୍କ ପୀଠରେ ପ୍ରତ୍ୟେକ ଦିନ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଷୋଡ଼ଶ ଉପଚାର ପୂଜା ସମୟରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ହୁଏ ।

ଭକ୍ତମାନଙ୍କର ଯେଉଁ ଅଗାଢ ବିଶ୍ବାସ ରହିଛି ତାକୁ ମାଆ ପୂରଣ କରିଥାନ୍ତି ବୋଲି କହିଛନ୍ତି ଶ୍ରୀଅଙ୍ଗ ଲାଗି ସେବାୟତ । ଷୋଡଶ ଉପଚାର ପୂଜା ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବେଳେ ମାଆଙ୍କୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଭକ୍ତଙ୍କ ଭିଡ ଲାଗିବ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Spread the love