ମାଟିତଳୁ ମିଳିଲା ସୁଭମିତ୍ରାଙ୍କ ମୃତଦେହ, ଅଭିଯୁକ୍ତ ଦୀପକ ରାଉତକୁ ଗିରଫ କଲା ପୋଲିସ
ଭୁବନେଶ୍ୱର : ଲେଡି କନେଷ୍ଟବଳ ହତ୍ୟା ମାମଲାରେ କ୍ରାଇମ ସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ ଦୀପକ ରାଉତ । ଘଟଗାଁରେ ମୃତଦେହ ପୋତିଥିବା ସ୍ଥାନରେ କ୍ରାଇମସିନ ରିକ୍ରିଏସନ କଲା ପୋଲିସ। ସେପ୍ଟେମ୍ବର ୭ରେ ନିଖୋଜ ନେଇ ଅଭିଯୋଗ ହୋଇଥିଲା । କନେଷ୍ଟବଳ ଦୀପକ ରାଉତଙ୍କ ସହ ଶୁଭମିତ୍ରାଙ୍କ କୋର୍ଟ ମ୍ୟାରେଜ ହୋଇଥିଲା ।
ମହିଳା କନେଷ୍ଟବଳଙ୍କ ନିକଟରୁ ୧୦ ଲକ୍ଷ ନେଇଥିଲା ଅଭିଯୁକ୍ତ ଦୀପକ । ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା । ଟଙ୍କାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ । ଅଭିଯୁକ୍ତ ଦୀପକର ପଲିଗ୍ରାଫ ଟେଷ୍ଟ ହୋଇଛି ।
ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ। ସେପଟେ ସାମ୍ନାକୁ ଆସିଲା କୋର୍ଟ ମ୍ୟାରେଜ ସାର୍ଟିଫିକେଟ । ୨୦୨୪ ଜୁଲାଇରେ ବିବାହ କରିଥିବା ସାର୍ଟିଫିକେଟରେ ଜଣାପଡିଛି । ଏହା ସହ ହତ୍ୟାରେ ଅଭିଯୁକ୍ତ ଦୀପକର ମାଉସୀ ପୁଅର ସମ୍ପୃକ୍ତି ଥିବା ମଧ୍ୟ ସୂଚନା ମିଳିଛି । ହତ୍ୟା ପରେ କେନ୍ଦୁଝରର ଏକ ଜଙ୍ଗଲରେ ମୃତଦେହକୁ ପୋତିଦେଇଥିଲେ ।
ମୃତଦେହ ନେଇଥିବା କାରକୁ ଜବତ କରାଯାଇଛି । ବୁଲାଇ ନେବା ବାହାନାରେ ମର୍ଡର କରିଥିଲା ଅଭିଯୁକ୍ତ । ଭୁନେଶ୍ବରରେ ହତ୍ୟା ପରେ ମୃତଦେହକୁ ଏକ କାରରେ ନେଇ ଘଟଗାଁର ଜଙ୍ଗଲରେ ପିଙ୍ଗିଦେଇଥିଲା । ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ। କନଷ୍ଟେବଳ ନିଖୋଜ ପରଠୁ ସଂଦେହ ଘେରରେ ଥିଲା ଦୀପକ । ପୋଲିସ ସେବା ଭବନରେ ଆକାଉଣ୍ଟ ଡିପାର୍ଟମେଣ୍ଟରରେ କାର୍ଯ୍ୟ କରେ ଦୀପକ। ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ।
କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ। କ୍ୟାପିଟାଲ ଥାନା ପୋଲିସ ଏକ ମିସ କେସ ରୁଜୁ କରି ତନାଘନା ଜାରି ରଖିଥିଲା । ମୃତଦେହର ପରିଚୟ ପାଇଁ ପୋଷ୍ଟର ରିଲିଜ୍ କରି ପରିଚୟ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
