ମାଟି ଖୋଳିବା ବେଳେ ଧସିଲା ଅତଡ଼ା, ୨ ମୃତ; ଜଣେ ଗୁରୁତର
ମାଲକାନଗିରି : ମାଟି ଖୋଳିବା ବେଳେ ଧସିଲା ଅତଡ଼ା । ୨ ମୃତ, ଜଣେ ଗୁରୁତର ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହକୁମା ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି । ମୃତକ ଦୁଇ ଜଣ ମିଟୁ ମାଢ଼ି ଓ ଟୁନା ଗାଦବା । ଜଣଙ୍କର ଘର ମାଲକାନଗିରି ସହରର ଯଇପୁରିଆଗୁଡା ଏବଂ ଅନ୍ୟ ଜଣଙ୍କ ଘର ଚମ୍ପାଖାରି ଅଞ୍ଚଳର । ଘଟଣାସ୍ଥଳରେ ପୋଲିସ, ଖଣି ବିଭାଗ ଓ ଶ୍ରମ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି ।
