ମାଡ଼ି ଆସୁଛି ମୋନ୍ଥା, କାଲି ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ପ୍ରଦେଶର କାକିନାଡ଼ା ପାଖାପାଖି କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର: ମାଡ଼ି ଆସୁଛି ମୋନ୍ଥା । ବାତ୍ୟାର ରୂପ ନେବା ପରେ ଶକ୍ତିଶାଳୀ ହୋଇ ସ୍ଥଳଭାଗ ଆଡକୁ ମୁହାଁଇଛି । କାଲି ସଂଧ୍ୟାରୁ ରାତି ମଧ୍ୟରେ ଭୀଷଣ ବାତ୍ୟା ରୂପେ ଆନ୍ଧ୍ର ପ୍ରଦେଶର କାକିନାଡ଼ା ପାଖାପାଖି ଲ୍ୟାଣ୍ଡଫଲ କରିବ । ୧୧୦କିମି ବେଗରେ ପବନ ସହ ସ୍ଥଳଭାଗ ଛୁଇଁବ । ମୋନ୍ଥା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ତେବେ ଓଡ଼ିଶାରେ ପହଞ୍ଚିବା ବେଳକୁ ବାତ୍ୟା ଦୁର୍ବଳ ହେବ। କାଲି ଓ ୨୯ତାରିଖରେ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Spread the love