ମାଲକାନଗିରିରେ ରହିବେ ଛତିଶଗଡ଼ର ତଡ଼ିପାର ପୂର୍ବତନ ମନ୍ତ୍ରୀ
ମାଲକାନଗିରି : ମାଲକାନଗିରିରେ ରହିବେ ଛତିଶଗଡ଼ର ତଡ଼ିପାର ପୂର୍ବତନ ମନ୍ତ୍ରୀ । କୋଣ୍ଟା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ତଥା ଅବକାରୀ ବିଭାଗ ପୂର୍ବତନ ମନ୍ତ୍ରୀ ଲଖମା କବାସୀ ମାଲକାନଗିରିରେ ଆଶ୍ରୟ ନେଇଛନ୍ତି । ଛତିଶଗଡର ମଦ ଘୋଟାଲା ମାମଲାରେ ଗିରଫ ହୋଇ ରାୟପୁର କେନ୍ଦ୍ରୀୟ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ । ଏବେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ତେବେ ବିଧାୟକ ଭାବେ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ମାମଲା ବର୍ତମାନ ମଧ୍ଯ ହାଇକୋର୍ଟରେ ବିଚାରାଧୀନ ରହିଛି । ତେଣୁ ଛତିଶଗଡରେ ରହିପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ଯାୟାଳୟ ରାୟ ଦେଇଛନ୍ତି। ଏହା ପରେ ଆଜି ସେ ମାଲକାନଗିରି ଜିଲ୍ଲାକୁ ଆସି ଆଶ୍ରୟ ନେଇଛନ୍ତି । ସେପଟେ କଂଗ୍ରେସ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବଦ୍ଧନା ଦିଆ ଯାଇଥିଲା । ସ୍ଥାନୀୟ ରିକ୍ଲାମେସନ କଲୋନୀରେ ଏକ ସ୍ୱତନ୍ତ୍ର ଭଡା ଘରେ ତାଙ୍କର ରହିବା ନିମନ୍ତେ ବ୍ୟବସ୍ଥା କରାଯାଇଛି।
