ମାଲେସିଆ : ନିୟନ୍ତ୍ରଣ ହରାଇ ଓଲଟିଲା ବସ୍, ୧୫ ପିଲା ମୃତ
ମାଲେସିଆର ପେରାକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପିଲାମାନଙ୍କୁ ନେଇ କ୍ୟାମ୍ପସକୁ ଫେରୁଥିବା ବେଳେ ୟୁନିଭରସିଟିର ବସ୍ ଏବଂ କାର୍ ଧକ୍କା ହୋଇଛି । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ପେରାକ ଇଷ୍ଟ ୱେଷ୍ଟ ହାଇୱେରେ ୟୁନିଭରସିଟି ବସ୍ ଧକ୍କା ହୋଇଥିଲା । ବସରେ ବିଶ୍ବବିଦ୍ୟାଳୟର କିଛି ଛାତ୍ର ରହିଥିଲେ । ବସଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ପରେ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ, ବସ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ହୋଇଛି ବୋଲି ଅନୁମାନ କରାଯାଉଛି । ବସ୍ ଟି ତେରେଙ୍ଗାନୁ ରାଜ୍ୟର ଜେର୍ତେହରୁ ଆସୁଥିଲା ଏବଂ ପେରାକର ତାନଜୁଙ୍ଗ ମାଲିମରେ ଥିବା ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ଅଭିମୁଖେ ଯାଉଥିଲା ।
ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି କି, ଗେରିକର ବାନୁନର ଦୁର୍ଘଟଣାରେ ସୁଲତାନ ଇଦ୍ରିସ୍ ଶିକ୍ଷା ବିଶ୍ୱବିଦ୍ୟାଳୟ (UPSI)ର ୧୫ ପିଲାଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଅନେକ ଛାତ୍ର ଆହତ ମଧ୍ୟ ହୋଇଛନ୍ତି । ବସଟି ୧.୧୦ ସମୟରେ ଦୁର୍ଘଟଣା ସମ୍ପର୍କରେ ଏକ ଫୋନ୍ ଆସିଥିଲା । ବସରେ ୪୮ ଜଣ ଥିବା ନେଇ ଜଣାପଡିଛି ।
ପେରାକ ପୋଲିସ ମୁଖ୍ୟ ନୁର ହିସାମ୍ ନୋର୍ଦିନ୍ କହିଛନ୍ତି ଯେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ, ବସ୍ ନିୟନ୍ତ୍ରଣ ହରାଇଥିଲା।