ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ରାଜ୍ୟର ବିଭିନ୍ନ ଅଂଚଳର ମିଶନ ଶକ୍ତିର ମା ମାନେ

ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତିର ମା ମାନେ । ରାଜ୍ୟର ବିଭିନ୍ନ ଅଂଚଳର ମିଶନ ଶକ୍ତିର ମା ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଗ୍ରହଣ କରି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।ଏହା ସହ ଏପରି ମହାନ ଦାୟିତ୍ୱ ମିଶନ ଶକ୍ତି ମାଆ ମାନଙ୍କୁ ଦେଇଥିବାରୁ ଏହା ସେମାନଙ୍କ ପାଇଁ ଗର୍ବର କଥା ବୋଲି କହିଥିଲେ । ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତି ଓ ମାଗଣାରେ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀକୁ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।

Spread the love