ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି : ନଗଦ ଅଛି 25 ହଜାର ଟଙ୍କା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ  ସମ୍ପତ୍ତିର ତାଲିକା ଦେଇଛନ୍ତି। ନବୀନ ଦେଇଥିବା ତଥ୍ୟ ଅନୁସାରେ ତାଙ୍କ ପାଖରେ ମାତ୍ର ନଗଦ 25 ହଜାର ଟଙ୍କା ଅଛି। ଦିଲ୍ଲୀ ଜନପଥରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ 6 ଲକ୍ଷ 50 ହଜାର ଟଙ୍କା ଜମା ରହିଛି। ସେହିପରି ଦିଲ୍ଲୀ ସଂସଦ ଭବନ ଏସ୍‌ବିଆଇ ଆକାଉଣ୍ଟରେ 1 ହଜାର 730 ଟଙ୍କା ଏବଂ ବାପୁଜୀନଗର ଏସ୍‌ବିଆଇରେ ଜମା ଅଛି 14ଲକ୍ଷ 20 ହଜାର ଟଙ୍କା।

ହିଞ୍ଜିଳି ଏସ୍‌ବିଆଇର 2ଟି ଆକାଉଣ୍ଟରେ ଯଥାକ୍ରମେ 6ହଜାର 465 ଟଙ୍କା ଓ 1 ହଜାର ଟଙ୍କା ରହିଛି। ଏଥିସହ ନବୀନଙ୍କ ପାଖରେ ରହିଛି 2 ଲକ୍ଷ 12 ହଜାର ଟଙ୍କାର ଗହଣା ଓ ରତ୍ନପଥର। ଫରିଦାବାଦରେ ଥିବା ୨22.7ଏକର ଫାର୍ମର ମୂଲ୍ୟ ହେଉଛି 10 କୋଟି 75 ଲକ୍ଷ ଏବଂ ଭୁବନେଶ୍ୱରରେ 2.133 ଏକର ଜମିରେ ଥିବା ନବୀନ ନିବାସର ମୂଲ୍ୟ 9 କୋଟି 52ଲକ୍ଷ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ସେହିପରି ଭଉଣୀ ଗୀତା ମହେଟ୍ଟାଙ୍କ ଠାରୁ 15 ଲକ୍ଷ ଟଙ୍କା ଋଣ ନେଇଥିବା ଦର୍ଶାଇଛନ୍ତି। ସେହିପରି ଦିଲ୍ଲୀ ଘରର 50 ପ୍ରତିଶତ ମାଲିକାନା ରହିଛି। ଏହାର ମୂଲ୍ୟ 43 କୋଟି 36 ଲକ୍ଷ ବୋଲି ଦର୍ଶାଯାଇଛି।

Spread the love