ମୁଖ୍ୟମନ୍ତ୍ରୀ ଲଘୁଚାପ ପରିସ୍ଥିତି ସମୀକ୍ଷା କଲେ, ସର୍ବାଧିକ ସତର୍କ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ
ଭୁବନେଶ୍ୱର : ଲଘୁଚାପ ବର୍ଷା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଝାରସୁଗୁଡ଼ାରେ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଦକ୍ଷିଣ ପୂର୍ବ ଓଡ଼ିଶାର ୧୭ ଟି ଜିିଲ୍ଲା ପ୍ରଭାବିତ ହେବା ଆଶଂକା ରହିଛି । ଏହି ୧୭ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି l ଆବଶ୍ୟକ ଶୁଖିଲା ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ କୁହାଯାଇଛି ।
ବିଶେଷକରି ମାଲକାନଗିରି ଜିିଲ୍ଲାରେ ଅନେକ ଲୋ ଲାଇନ ବ୍ରିଜ ରହିଛି l ଅତ୍ୟଧିକ ବର୍ଷା ଯୋଗୁଁ ଏହି ଲୋ ଲାଇନ ବ୍ରିଜ୍ ଗୁଡ଼ିକରେ ପାଣି ଚାଲିଥାଏ । ତେଣୁ ଏହି ସବୁ ସ୍ଥାନରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ମୁତୟନ ରହିବେ । ସମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ଇଞ୍ଜିନିୟର ମାନଙ୍କୁ ଆଲର୍ଟ କରାଯାଇଛି l ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି ।
ସମ୍ବେଦନଶୀଳ ଅଞ୍ଚଳରେ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଥିବା ବେଳେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ୨୪ ଘଣ୍ଟିଆ କାର୍ଯ୍ୟ କରିବ ଏହି କଣ୍ଟ୍ରୋଲ ରୁମ । ଆଶ୍ରୟ ସ୍ଥଳ ଗୁଡ଼ିକରେ ସବୁ ପ୍ରକାର ସୁବିଧା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିିରୋ କାଜୁଆଲଟିକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କେହି ଆତଙ୍କିତ ନହେବାକୁ ସେ ଅପିଲ କରିଛନ୍ତି। ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ଅଧିକାରୀମାନେ ସାମିଲ ହୋଇଥିଲେ।
