ମୁସଲମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ ଭାରତ ହିନ୍ଦୁ ରାଷ୍ଟ୍ର ହୋଇପାରିବ ନାହିଁ: ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ
ପ୍ରାୟତଃ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପୁଣି ଥରେ ଖବରରେ ଅଛନ୍ତି। ବର୍ତ୍ତମାନ ଶାସ୍ତ୍ରୀ ଉତ୍ତର ପ୍ରଦେଶର ବନ୍ଦାରେ ଅଛନ୍ତି। ଏକ କାର୍ଯ୍ୟକ୍ରମରେ ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ, ହିନ୍ଦୁମାନେ ଗୋଟିଏ କଥା ମନେ ରଖିବା ଉଚିତ ମୁସଲମାନମାନଙ୍କୁ ଦୁର୍ବ୍ୟବହାର କରି ଭାରତ ହିନ୍ଦୁ ରାଷ୍ଟ୍ର ହୋଇ ପାରିବ ନାହିଁ। ହିନ୍ଦୁମାନଙ୍କୁ ସେମାନଙ୍କର ତ୍ରୁଟି ସୁଧାରିବାକୁ ପଡିବ, ତେବେ ହିଁ ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବ।
