ମୃତଦେହର ହେବ DNA ଟେଷ୍ଟ, ପରୀକ୍ଷା ପାଇଁ ଏମସ୍ କୁ ପଠାଇଲା ସାଇଣ୍ଟିଫିକ ଟିମ୍

ବାଙ୍କି: ଖଣ୍ଡବିଖଣ୍ଡ ମୃତଦେହର ହେବ DNA ଟେଷ୍ଟ। ପରୀକ୍ଷା ପାଇଁ ଏମସ୍ କୁ ପଠାଇଲା ସାଇଣ୍ଟିଫିକ ଟିମ୍ । ଗତକାଲି ସକାଳେ ବାଙ୍କୀ ବୈଦେଶ୍ୱର୍ ଥାନା ଅନ୍ତର୍ଗତ କଳାପଥର ମହାଦେବ ପୋଖରୀ ହୁଡ଼ାର ବୁଦାମୂଳେ ପଡ଼ିଥିଲା ଗୋଟିଏ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ । ଖଣ୍ଡ ଖଣ୍ଡ ହାତ ଓ ଗୋଡ଼ରୁ ମାଂସ ବାହାରି ଏଣେ ତେଣେ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ବୈଦେଶ୍ୱର୍ ପୋଲିସକୁ ଖବର ଦେଇଥିଲେ।  ପୋଲିସ ପହଞ୍ଚି ତଦନ୍ତ କରିଥିଲା ।

ଶରୀରର ମୁଣ୍ଡ ଅଲଗା ହୋଇ ବୁଦାମୂଳେ ପଡ଼ିଛି ।  ମୃତଦେହ ନିକଟରୁ ଏକ ପିନ୍ଧା ସାର୍ଟ ଜବତ ହୋଇଛି। ବୁଦାମୂଳେ କେଉଁଠୁ ଆସିଲା ମୃତଦେହ ।  କିଏ ନୃଂଶସ ଭାବେ ଏଭଳି ହତ୍ୟା କରିଛି ।  ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।  ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।  ସାଇଣ୍ଟିଫିକ ଟିମ୍ ପହଞ୍ଚି ହାଡ଼ ଓ ମାଂସର ନମୁନା ନେଇ DNA ଟେଷ୍ଟ କରି ମୃତକଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।

Spread the love