ମୋଦୀଙ୍କ ଏଆଇ ଭିଡିଓ ମାମଲା : କଂଗ୍ରେସ ଆଇଟି ସେଲ ବିରୋଧରେ ମାମଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସ୍ୱର୍ଗତ ମାଆ ହୀରାବେନ ମୋଦୀଙ୍କ ସୋସିଆଲ ମିଡିଆରେ ଏଆଇ ଭିଡିଓ ଜେନେରେଟ୍ ଏବଂ ସେୟାର କରିବା ମାମଲାରେ କଂଗ୍ରେସ ନେତାମାନଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦିଲ୍ଲୀ ବିଜେପି ନିର୍ବାଚନ ସେଲ୍ ସଂଯୋଜକ ସଙ୍କେତ ଗୁପ୍ତାଙ୍କ ଅଭିଯୋଗ ଉପରେ ନର୍ଥ ଆଭେନ୍ୟୁ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ, ୧୦ ସେପ୍ଟେମ୍ବର, ୨୦୨୫ ସନ୍ଧ୍ୟା ୬:୧୨ ସମୟରେ କଂଗ୍ରେସ (ଆଇଏନସି ବିହାର)ର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ୍ସ ହ୍ୟାଣ୍ଡେଲରେ ଏଆଇ ଜେନେରେଟେଡ୍ ଏକ ନକଲି ଭିଡିଓ ଜାରି କରାଯାଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ  ବିହାର କଂଗ୍ରେସ ଆଇଟି ସେଲ୍ ସହିତ ଜଡିତ ନେତାମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।ବିଜେପି କହିଛି ଯେ ଏହି ଭିଡିଓ କେବଳ ପ୍ରଧାନମନ୍ତ୍ରୀଙ୍କ ପ୍ରତିଷ୍ଠାକୁ ନଷ୍ଟ କରିବା ପାଇଁ ତିଆରି କରାଯାଇନାହିଁ, ବରଂ ଏହା ମହିଳାଙ୍କ ମର୍ଯ୍ୟାଦା ଏବଂ ମାତୃତ୍ୱର ଅପମାନ। ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ ୨୭-୨୮ ଅଗଷ୍ଟରେ ବିହାରର ଦରଭଙ୍ଗାରେ ଅନୁଷ୍ଠିତ କଂଗ୍ରେସ-ଆରଜେଡି ଭୋଟର ଅଧିକାର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ବିରୁଦ୍ଧରେ ଅଶ୍ଳୀଳ ଏବଂ ଅଶାଳୀନ ମନ୍ତବ୍ୟ ମଧ୍ୟ ଦିଆଯାଇଥିଲା।

Spread the love