ଯଦି ଆପଣଙ୍କ ହାତରେ ଅଛି ଏହି X ଚି଼ହ୍ନ ତେବେ ଜାଣନ୍ତୁ ଆପଣଙ୍କ ବିଷୟରେ ଅନେକ ଚମତ୍କାର କଥା… ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଜ୍ୟେତିଷ ଶାସ୍ତ୍ରର ନିର୍ମାଣ ବହୁ ବର୍ଷ ପୂର୍ବରୁ ହୋଇଅଛି , ଏହା ଜ୍ଞାନ ଅଟେ ଏବଂ ବିଜ୍ଞାନ ମଧ୍ୟ ଅଟେ । ସମସ୍ତ ଜ୍ଞାନୀ ପୁରୁଷ ମାନେ ଏହି ଶାସ୍ତ୍ରକୁ ତର୍ଜମା କରି ଏହାକୁ ବିଶ୍ୱବିଖ୍ୟାତ କରି ଯାଇଛନ୍ତି । ରାମାୟଣ ଓ ମହାଭାରତ ପରି ଧର୍ମ ଗ୍ରନ୍ଥରେ ମଧ୍ୟ ଏହି ଜ୍ୟୋତିଷ ବିଷୟରେ ବର୍ଣ୍ଣିତ ଅଛି । ଏହା କୁହାଯାଏ କି କର କପାଳ ମନୁଷ୍ୟର ଭାଗ୍ୟ ଭବିଷ୍ୟ ବିଷୟରେ ଅନେକ କିଛି କହିଥାଏ । ମଣିଷର ହାତ ପାପୁଲିରେ ଥିବା ରେଖାମାନ ଦର୍ଶାଇଥାଏ ମଣିଷର ଭାଗ୍ୟ ଏବଂ ଭବିଷ୍ୟତ ବିଷୟରେ । ହାତ ଦେଖି ଜ୍ୟୋତିଷମାନେ ଭବିଷ୍ୟତ ବିଷୟରେ ଗଣନା କରିଥାନ୍ତି ।

ନାରୀ ମାନଙ୍କର ବାମ ହସ୍ତ ଏବଂ ପୁରୁଷ ମାନଙ୍କର ଦକ୍ଷିଣ ହସ୍ତ ରେଖା ନିଜର ଭବିଷ୍ୟତ ବିଷୟରେ ଅନେକ କିଛି ଜଣାଇଥାଏ । ହାତ ପାପୁଲିରେ ହୃଦୟରେଖା ଓ ମସ୍ତିଷ୍କ ରେଖା କୁ ଅତିକ୍ରମ କରିଥାଏ ଭାଗ୍ୟରେଖା । ସେହିପରି ହୃଦୟରେଖା ରୁ ବାହାରି ଭାଗ୍ୟରେଖାକୁ ଅତିକ୍ରମ କରିଥାଏ ବା କ୍ରସ କରିଥାଏ ଏକ ରେଖା ଯାହାକି ଛକି ଚିହ୍ନ ବା କ୍ରସ ଚିହ୍ନ ଇଂରାଜି ଲେଟର X ସଦୃଶ ହୋଇଥାଏ । ହାତ ପାପୁଲିରେ ଏହିପରି ଏକ୍ସ ସଦୃଶ ଚିହ୍ନ ଥିଲେ ତେବେ ଜାଣିବେ ସେହି ନାରୀ ବା ପୁରୁଷ ର ଜୀବନରେ କୌଣସି ଏକ ଅଦୃଶ ଶକ୍ତି ସର୍ବଦା ମାର୍ଗ ଦର୍ଶନ ଦେଇଥାଏ । ସମସ୍ତ ପ୍ରକାର ବାଧାବିଘ୍ନରୁ ରକ୍ଷା କରିଥାଏ । ଏହି ଚିହ୍ନଟି ଜୀବନ ରେଖା ସହିତ ଜଡି ହୋଇ ରହିଥାଏ , ଯେଉଁ ମନୁଷ୍ୟର ହାତ ପାପୁଲିରେ ଏହି ଏକ୍ସ ଚିହ୍ନ ଥାଏ ସେହି ବ୍ୟକ୍ତି ସାରା ଜୀବନ ଖୁସୀରେ ରହିଥାଏ । ସମସ୍ତ ପ୍ରକାରର ଦୁଃଖ ଓ ବେଦନା ଏମାନଙ୍କ ଠାରୁ ଦୂରେଇ ରହିଥାଏ । ଏହି ଲୋକମାନେ ନିଜ ଜୀବନକୁ ବହୁତ ଆନନ୍ଦ ସହକାରେ ଉପଭୋଗ କରିଥାନ୍ତି , ଯେଉଁ ଲୋକମାନଙ୍କର ହାତ ପାପୁଲିରେ ଏହି ଚିହ୍ନ ରହିଥାଏ ତାଙ୍କ ଭବିଷ୍ୟତକୁ ନେଇ ବହୁତ ସଜାଗ ରହିଥାନ୍ତି । ଏହି କାରଣରୁ ସେମାନଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ , ଏମାନେ ବୁଦ୍ଦିମାନ ଚତୁର ଓ ଜ୍ଞାନୀ ହୋଇଥାନ୍ତି । ସମ୍ପର୍କରେ ଏମାନେ କେବେବି ବେଇମାନି କରନ୍ତି ନାହିଁ । ସ୍ୱଭାବରେ ଏମାନେ ଶାନ୍ତ ହୋଇଥାନ୍ତି ଏବଂ ଏମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ଇତିହାସରେ ଏମାନଙ୍କର ସ୍ଥାନ ପାଇଥାଏ । ମୃତ୍ୟୁ ପରେ ମଧ୍ୟ ଏମାନଙ୍କୁ ମନେ ରଖିଥାନ୍ତି , ଏମାନେ ବହୁତ ଖ୍ୟାତିନାମା ବା ସମାଜରେ ସମ୍ମାନୀୟ ହୋଇଥାନ୍ତି । ଏମାନେ ତେଜସ୍ୱୀ ଓ ସହିଷ୍ଣୁ ମଧ୍ୟ ହୋଇଥାନ୍ତି , ପବିତ୍ର ଜ୍ଞାନୀ ମଧ୍ୟ ହୋଇଥାନ୍ତି ଏବଂ ବହୁତ ସହଜରେ ଆଖପାଖର ବାତାବରଣକୁ ଆପଣେଇ ଥାନ୍ତି । ଏମାନେ ବହୁତ ଇମୋସନାଲ ହୋଇଥାନ୍ତି ବା ଭାବୁକ ହୋଇଥାନ୍ତି । ବାସ୍ତବରେ ହେଉ ବା କାଳ୍ପନିକ ହେଉ ଏମାନେ କାହାରି ଦୁଃଖ ଦେଖି ସହ୍ୟ କରି ପାରନ୍ତି ନାହିଁ ।

Spread the love