ଯାତ୍ରାପ୍ରେମୀଙ୍କ ପାଇଁ ବଡ଼ ଖବର, ଆଜି ମଞ୍ଚକୁ ଚଢିବେ ପୀୟୂଷ ତ୍ରିପାଠୀ

ଯାଜପୁର ଟାଉନ: ଯାତ୍ରାପ୍ରେମୀଙ୍କ ପାଇଁ ବଡ଼ ଖବର ।  ଆଜି ମଞ୍ଚକୁ ଚଢିବେ ପୀୟୂଷ ତ୍ରିପାଠୀ ।  ବିଞ୍ଝାରପୁର ବ୍ଲକ ବରୁଣେଶ୍ୱର ପୀଠରେ ଆୟୋଜିତ ପ୍ରସିଦ୍ଧ ବରୁଣେଶ୍ୱର ମେଳାରେ ଯାତ୍ରା ମଞ୍ଚରେ ଅଭିନୟ କରିବେ ପୀୟୂଷ ତ୍ରିପାଠୀ ।  ତାଙ୍କର ମଞ୍ଚ ଫେରାକୁ ନେଇ ଯାତ୍ରାପ୍ରେମୀଙ୍କ ମଧ୍ୟରେ ଦେଖାଦେଇଛି ଅସୀମ ଉତ୍ସାହ ଓ ଉତ୍କଣ୍ଠା ।

ଯାତ୍ରା ସିଂହବାହିନୀ ପକ୍ଷରୁ ଆଜି ମଞ୍ଚସ୍ଥ ହେବାକୁ ଥିବା ଏକ ନାଟକରେ ପୀୟୂଷ ତ୍ରିପାଠୀ ଅଭିନୟ କରିବେ ।  ନାଟକକୁ ନେଇ ମେଳା ପରିସରରେ ପୂର୍ବରୁ ଦେଖାଦେଇଛି ବେଶ ଚଞ୍ଚଳତା ।  ଟିକେଟ କାଉଣ୍ଟରରେ ଦର୍ଶକଙ୍କ ଲମ୍ବା ଧାଡ଼ି ଲାଗିଛି ।  ପୀୟୂଷଙ୍କ ଉପରୁ କଟକଣା ହଟିବା ପରେ ଯାତ୍ରା ଜଗତରେ ଏହାକୁ ଏକ ବଡ଼ ଘଟଣା ଭାବେ ଦେଖିବାକୁ ମିଳିଛି ।

Spread the love