ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା: ତଥ୍ୟ

ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ ବେଙ୍ଗାଲୁରୁସ୍ଥିତ ୟେମଲୁର ବିମାନବନ୍ଦରରେ ଫେବ୍ରୁଆରି ୧ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ପାଇଲଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ଏବେ ଏକ ତଥ୍ୟରୁ ଜଣାପଡ଼ିଛି ଯେ, ବିମାନ ଦୁର୍ଘଟଣାଗ୍ରସ୍ତ ହେବାରେ ପାଇଲଟ୍‌ଙ୍କ ତ୍ରୁଟି ନଥିଲା। ବିମାନର ବୈଷୟିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିଲା।

ବ୍ଲାକବକ୍ସ ଟାଡାର ରିପୋର୍ଟ ଅନୁସାରେ ବାୟୁସେନାର ଯୁଦ୍ଧ ବିମାନ ମିରାଜ-୨୦୦୦ର ସଦ୍ୟତମ ସଂସ୍କରଣକୁ ପାଇଲଟ ସ୍କବାର୍ଡର ଲିଡର ସମୀର ଆବ୍‌ରୋଲ ଏବଂ ସ୍କବାର୍ଡର ଲିଡର ସିଦ୍ଧାର୍ଥ ନେଗି ପରୀକ୍ଷା କରୁଥିଲେ।

ଏହି ପରୀକ୍ଷା ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଫେବ୍ରୁଆରି ୧ରେ ହୋଇଥିବା ଏହି ବିମାନ ଦୁର୍ଘଟଣା ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ଦ୍ୱାରା ପରୀକ୍ଷା କରାଯାଉଥିଲା।

Spread the love