ଯୁବଶିଳ୍ପୀଙ୍କ ନିଆରା ପ୍ରୟାସ: ଆଇସକ୍ରିମ କାଠିରେ ରାମ ମନ୍ଦିର

ଭୁବନେଶ୍ୱର, ୨୨/୪: କିଛି ଭିନ୍ନ କରି ଦେଖାଇବାର ଆଗ୍ରହ ଥିଲେ ସବୁ କିଛି ସମ୍ଭବ। ଏଭଳି କିଛି ନିଆରା କରି ଦେଖାଇଛନ୍ତି ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଳକ ସିମିନଇ ଗ୍ରାମର ଯୁବଶିଳ୍ପୀ ସୁବ୍ରତ ମହାରଣା। ଯିଏକି ଆଇସକ୍ରିମ କାଠିରେ ରାମମନ୍ଦିରର ଏକ ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି। ସିମିନଇ ଗ୍ରାମର ରବି ନାରାୟଣ ମହାରଣାଙ୍କ ପୁଅ ସୁବ୍ରତ। ବିଭିନ୍ନ ଉତ୍ସବ ଏବଂ ବିଭିନ୍ନ ସମୟରେ ନିଆରା କଳାକୃତି ନିର୍ମାଣ କରି ଚର୍ଚ୍ଚାରେ ରହି ଆସିଥିଲେ ସୁବ୍ରତ। ତେବେ ଚଳିତ ବର୍ଷ ରାମ ନବମୀ ଉପଲକ୍ଷେ ଆଇସକ୍ରିମ କାଠି ଦ୍ୱାରା ସୁବ୍ରତ ତିଆରି କରିଛନ୍ତି ରାମ ମନ୍ଦିରର ଏକ କଳାକୃତି। ୨୩୦୦ଟି ଆଇସକ୍ରିମ କାଠି ବ୍ୟବହାର କରି ୧ ଫୁଟ ଉଚ୍ଚତା ଏବଂ ୨ ଇଂଚ ଚଉଡା ବିଶିଷ୍ଟ ଏହି କଳାକୃତି ତିଆରି କରିଛନ୍ତି। ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିବସ ଉପଲକ୍ଷେ ଏଭଳି କଳାକୃତି ନିର୍ମାଣ କରି ସ୍ଥାନୀୟ ଅଂଚଳ ତଥା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ସୁବ୍ରତ।

Spread the love