ଯେଉଁ ସ୍ତ୍ରୀର ଶରୀରରେ ଏହି ୫ଟି ଲକ୍ଷଣ ଦେଖାଯାଏ ସେ ମା ଲକ୍ଷ୍ମୀଙ୍କ ରୁପ ହୋଇଥାନ୍ତି !

ବନ୍ଧୁଗଣ ଆମର ହିନ୍ଦୁଧର୍ମରେ ମହିଳାମାନଙ୍କୁ ଦେବୀଙ୍କ ରୂପରେ ଦେଖାଯାଇଥାଏ। ମହିଳା ମାନଙ୍କୁ ମା ଲକ୍ଷ୍ମୀ ମା ସ୍ୱରସ୍ୱତୀ ମା ପର୍ବତୀଙ୍କର ରୂପରେ ମାନାଯାଇଥାଏ। ପ୍ରତ୍ୟକ ପୁରୁଷର ଅର୍ଦ୍ଧାଙ୍ଗିନୀ ତାଙ୍କର ସ୍ତ୍ରୀ ହିଁ ହୋଇଥାନ୍ତି । ପୁରୁଷଙ୍କର ଜୀବନର ଉନ୍ନତିର କାରଣ ତାଙ୍କର ସ୍ତ୍ରୀଙ୍କୁ ହିଁ ମାନାଯାଏ। ଗରୁଡ଼ ପୁରାଣରେ ଜଣେ ଶ୍ରେଷ୍ଠ ନାରୀର ବିର୍ଣ୍ଣନା କରାଯାଇଛି। ଯେଉଁ ମହିଳାଙ୍କ ଶରୀରରେ ଏହି ୭ ଟି ଲକ୍ଷଣ ଦେଖାଯାଏ ତାଙ୍କୁ ସାକ୍ଷତ ମା ଲକ୍ଷ୍ମୀଙ୍କ ସ୍ୱରୂପ ହିଁ ମାନାଯାଇଥାଏ। ଏପରି ମହିଳାଙ୍କ ପାଦ ଯେଉଁ ଘରେ ପଡେ ବା ସେ ଯେଉଁ ଘରକୁ ପାଦ ଥୋଇ ପ୍ରବେଶ କରେ ସେହି ଘରୁ ସବୁ ପ୍ରକାରର ଦୁଃଖର ନାଶ ହୋଇଯାଇଥାଏ। ଏପରି ମହିଳା ଘରେ ପ୍ରବେଶ କରିବା ମାତ୍ରେ ହିଁ ସେହି ଘରୁ ସବୁ ନକାରାତ୍ମକ ଉର୍ଜା ଖରାପ ଶକ୍ତି ନଷ୍ଟ ହୋଇଯାଇଥାଏ ଏବଂ ଘରେ ସୁଖ ସମୃଦ୍ଧି ଏବଂ ବୈଭବରେ ଭରିଯାଇଥାଏ। ସେହି ଘରେ ରହୁଥିବା ଲୋକଙ୍କର ଶୋଇଥିବା ଭାଗ୍ୟ ଉଠିବାକୁ ଲାଗେ।

ଗରୁଡ଼ ପୁରାଣ ଅନୁସାରେ ଦେବୀ ଲକ୍ଷ୍ମୀ ରୂପୀ ସ୍ତ୍ରୀଙ୍କର ଆଗମନରେ ହିଁ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏହା ଦେଖାଯାଏ କି ଅତ୍ୟନ୍ତ ଦୁଃଖୀ ଦରିଦ୍ର ଏବଂ ମୃତ୍ୟୁ ପାଖରେ ଠିଆ ହୋଇଥିବା ଭିକାର ବି ଲକ୍ଷ୍ମୀ ରୂପୀ ସ୍ତ୍ରୀର ପ୍ରାପ୍ତି କରି ଚକ୍ରବର୍ତ୍ତି ରାଜାଙ୍କର ପଦ ପ୍ରାପ୍ତି କରିନିଅନ୍ତି। ଏହା ମା ମହା ଲକ୍ଷ୍ମୀଙ୍କର ମାୟା ଅଟେ। ସେ ନିଜର ଭକ୍ତ ଉପରେ କୃପା ବର୍ଷା କରିଥାନ୍ତି। ଭାତୃ ଘରେ ଯେପରି ରାଜା ଭିକ୍ଷୁକ ହୋଇଯାଇଥିଲେ ଯେପରି ସତୀ ସାବିତ୍ରୀ ସ୍ତ୍ରୀ ନିଜର ପତିକୁ ଯମ ଲୋକରୁ ମଧ୍ୟ ଜୀବିତ କରି ନେଇ ଆସିଥିଲେ।ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣେଇବୁ କି ଗରୁଡ଼ ପୁରାଣରେ କୁହାଯାଇଥିବା ଏପରି ସ୍ତ୍ରୀଙ୍କର ଲକ୍ଷଣ ବିଷୟରେ ଯାହାର ଲକ୍ଷଣ କାରଣରୁ ତାର ସ୍ୱାମୀ ସଂସାରରେ ନାମ ପାଇଥାନ୍ତି। ଘରେ ସୁଖ ସମୃଦ୍ଧି ଏବଂ ଐଶ୍ଵର୍ଯ୍ୟ ପ୍ରାପ୍ତି କରିଥାନ୍ତି। ଏପରି ମହିଳା ନିଜର ଗୁଣରେ ହିଁ ଐଶ୍ଵର୍ଯ୍ୟ ଶାଳୀନି ହୋଇଥାନ୍ତି। ତ ଆସନ୍ତୁ ଜାଣିନେବା ଲକ୍ଷ୍ମୀ ରୂପୀ ମହିଳାଙ୍କ ବିଷୟରେ। ତା ସହିତ ସେମାନଙ୍କ ଲକ୍ଷଣ ବିଷୟରେ।

ପ୍ରଥମ ଲକ୍ଷଣ। ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା। ଗରୁଡ଼ ପୁରାଣ ଅନୁସାରେ ଯେଉଁ ମହିଳା ବ୍ରହ୍ମ ମୁହୂର୍ତ୍ତ ପୂର୍ବରୁ ଉଠୁଥାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ସବୁବେଳେ ବର୍ଷୁ ଥାଏ। ଯେଉଁ ମହିଳା ସୂର୍ଯ୍ୟ ଉଦୟ ପରେ ମଧ୍ୟ ଶୋଇ ରହୁଥାଏ ସେ ପାପ କର୍ମ କରିବା ଭଳି ହୋଇଥାଏ। ସୂର୍ଯ୍ୟ ଉଦୟ ଆଗରୁ ଉଠୁଥିବା ମହିଳା ସବୁ ଦେବୀ ଦେବତାଙ୍କର କୃପା ପ୍ରାପ୍ତ କରିଥାନ୍ତି ଏବଂ ତାଙ୍କର ଏହି ଅଭ୍ୟାସ କାରଣରୁ ଘରେ ସୁଖ ସମୃଦ୍ଧି ବାସ କରିଥାଏ।

ଦ୍ୱିତୀୟ ଲକ୍ଷଣ। ଦେବ ପୂଜା କରୁଥିବା ମହିଳା। ଯେଉଁ ମହିଳା ନିତ୍ୟକର୍ମ ସାରିକି ସବୁ କାର୍ଯ୍ୟ ସମ୍ପର୍ଣ୍ଣ କରିକି ସ୍ୱଚ୍ଛ ବସ୍ତ୍ର ଧାରଣ କରିକି ବିଧି ବିଧାନ ଅନୁସାରେ ସବୁ ଦେବୀ ଦେବତାଙ୍କର ପୂଜା ଆରୋଧନା କରିଥାନ୍ତି ଏବଂ ଆଳତି କରି ଧୂପ ଦୀପ କରିଥାନ୍ତି ଏପରି ମହିଳାଙ୍କ କାରଣରୁ ହିଁ ଘରେ ସୁଖ ସମୃଦ୍ଧି ବାସ କରିଥାଏ। ଯେଉଁ ମହିଳା ନିତ୍ୟ ସ୍ନାନ କରେ ନାହିଁ ଦେବ ପୂଜା କରେ ନାହିଁ ଦେବୀ ଦେବତାଙ୍କୁ ବିଶ୍ୱାସ କରେନାହିଁ ସେ ଅବଶ୍ୟ ହିଁ ପାପକର୍ମ ବାଲୀ ହୋଇଥାଏ

 

ତୃତୀୟ ଲକ୍ଷଣ। ସ୍ୱଚ୍ଛତା ପ୍ରିୟ। ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ମହିଳା ସ୍ୱଚ୍ଛତା ପ୍ରିୟ ହୋଇଥାନ୍ତି। ଯେଉଁ ମହିଳାଙ୍କର ଘର ସବୁବେଳେ ଅସନା ରହୁଥାଏ ବୁଢିଆଣି ଜାଲ ରହୁଥାଏ ଅଗଣା ଅପରିଷ୍କାର ରହୁଥାଏ ପ୍ରତ୍ୟକ ଜାଗାରେ ଅଳିଆ ଆବର୍ଜନା ପଡି ରହୁଥାଏ ସେ ମହିଳା ଦୁର୍ଭାଗ୍ୟ ଆଣିଥାଏ ବୋଲି ମାନାଯାଏ। ଏପରି ମହିଳା ଘରେ ଥିଲେ ଦୁଃଖ ଏବଂ ଶୋକ ଘରକୁ ପ୍ରବେଶ କରିଥାଏ। ଯେଉଁ ମହିଳା ନୀତି ଅଗଣା ସଫା କରିକି ରଙ୍ଗଲି ପକାଇଥାଏ ଦେବୀ ଦେବତାଙ୍କୁ ଆମନ୍ତ୍ରଣ କରିଥାଏ, ସେ ମହିଳା ସୌଭାଗ୍ୟଶାଳୀ ହୋଇଥାଏ।

ଚତୁର୍ଥ ଲକ୍ଷଣ। ଦେବତାଙ୍କୁ ଜଳ ଅର୍ପଣ କରିବା। ଯେଉଁ ମହିଳା ନିତ୍ୟକର୍ମ ସାରିସବୁବେଳେ ଦେବୀ ଦେବତାଙ୍କୁ ଜଳ ଅର୍ପଣ କରିଥାନ୍ତି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାନ୍ତି ତୁଳସୀଙ୍କୁ ଜଳ ଅର୍ପଣ କରି ତାଙ୍କୁ ନମସ୍କାର କରନ୍ତି ତାଙ୍କୁ ସାକ୍ଷତ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଏ। ଏପରି ମହିଳାଙ୍କର ଘରେ ରୋଗ ଶୋକ ଏବଂ ଗରିବ କେବେବି ପ୍ରବେଶ କରେନାହିଁ।

ପଞ୍ଚମ ଲକ୍ଷଣ। ପତିଙ୍କର ସେବା କରିବା। ଯେଉଁ ମହିଳା ସବୁଦିନ ପତିଙ୍କର ଚରଣ ଛୁଇଁ ଆଶୀର୍ବାଦ ନେଇଥାଏ ଶୋଇବା ପୁର୍ବରୁ ନିଜର ପତିର ପାଦ ଚିପିଥାଏ ସେ ମା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ।ସମସ୍ତ ସଂସାରର ଲକ୍ଷ୍ମୀ ନିଜର ପତି ଭଗବାନ ବିଷ୍ଣୁଙ୍କର ଚରଣ ଚିପି ଥାନ୍ତି କିନ୍ତୁ ଯେଉଁ ମହିଳା ସାଧାରଣ ମାନବ ହୋଇ ମଧ୍ୟ ମା ଲକ୍ଷ୍ମୀଙ୍କର ଅନୁସରଣ କରେ ନାହିଁ ସେ ଦୁର୍ଭାଗ୍ୟଶାଳୀ ହୋଇଥାଏ। ମହିଳାଙ୍କୁ ସବୁଦିନ ନିଜ ପତିର ସେବା କରି ପୁଣ୍ୟ ପ୍ରାପ୍ତ କରିବା ଉଚିତ

 

 

 

Spread the love