ରତ୍ନଭଣ୍ଡାର ମରାମତି କାମ ପ୍ରାୟ ଶେଷ
ପୁରୀ: ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟ ସରିଛି । ସେହିପରି ବାହାର ରତ୍ନଭଣ୍ଡାର ମରାମତି କାମ ବି ପ୍ରାୟ ସରିବା ଉପରେ । ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ଏଏସଆଇ ରତ୍ନଭଣ୍ଡାର ମରାମତି କାମ ଶେଷ କରିବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ସବୁ କାମ ଶୀଘ୍ର ସରିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏଏସଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ଭିତର ରତ୍ନ ଭଣ୍ଡାର ମରାମତି କାମ ପ୍ରାୟ ସରିଆସିଲାଣି । କେବଳ ଚଟାଣ ନବୀକରଣ ବାକି ରହିଛି । ଭିତର ଚାମ୍ବର ଭିତରେ ପାଞ୍ଚଟି SS ବକ୍ସ ବିମର ସଠିକ୍ ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହୋଇଛି । ବାହାର ରତ୍ନଭଣ୍ଡାରର କାମ ମଧ୍ୟ ସରିଆସିଲାଣି । ଏହି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୂର୍ଣ୍ଣ ସହଯୋଗ ଯୋଗାଉଛି । ଆଗାମୀ ରଥଯାତ୍ରା ପୂର୍ବରୁ ସମସ୍ତ କାମ ସଫଳତାର ସହ ସରିବ ବୋଲି ଆଶା ରହିଥିବା ଶ୍ରୀମନ୍ଦିର ପ୍ରଶାସକ ଟ୍ବିଟ କରି କହିଛନ୍ତି ।