ରସୁଲଗଡ଼-ବମିଖାଲ ଫ୍ଲାଏଓଭରରେ ଦୁଇ କାର୍ ମୁହାଁମୁହିଁ ଧକ୍କା, ୪ ଯାତ୍ରୀ ଆହତ

ଭୁବନେଶ୍ୱର : ଦୁଇ କାର୍ ମୁହାଁମୁହିଁ ଧକ୍କା ।  ୪ ଯାତ୍ରୀ ଆହତ । ଭୁବନେଶ୍ବର ବମିଖାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ରାସ୍ତାକାମ ଯୋଗୁ ପୁରୁଣା କଟକ ରୋଡକୁ ରସୁଲଗଡ଼ ଛକଠାରୁ ବନ୍ଦ କରାଯାଇଥିଲା  । ଫଳରେ ସବୁ ଗାଡିଗୁଡିକ ବମିଖାଲ୍ ଓଭରବ୍ରିଜ୍ ଦେଇ ରଙ୍ଗ ରୁଟ୍ ରେ ଯାଉଥିଲା ।  ଏହି ସମୟରେ ଦୁଇ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।  ଦୁର୍ଘଟଣା ଏତେ ଜୋର୍ ହୋଇଥିଲା ଯେ ଦୁଇଟି ଗାଡିର ସେଫ୍ଟି ବେଲୁନ୍ ବାହାରିଯାଇଥିଲା । ଉଭୟ ଗାଡ଼ିରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

Spread the love