ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ଵର ୨୧।୧୨: କରୋନାର ନୂଆ ସ୍ଵରୂପ ଓମିକ୍ରନର ଭୟ ମଧ୍ୟରେ ପୁଣି ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ। ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ଏକାଧିକ ଏକରୋନା ଆକ୍ରାନ୍ତ ଚିହ୍ନଟ ପରେ ଜୟଦୁର୍ଗାନଗରର ପ୍ଲଟ ନଂ ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏଥିସହ ଭିଏସଏସ ନଗରରେ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। କରୋନାର ଦ୍ଵିତୀୟ ଲହରର ପ୍ରକୋପ କମିବା ପରେ ରାଜଧାନୀର ସ୍ଥିତି ସ୍ଵାଭାବିକ ହୋଇଥିଲା। ତେବେ ଓମିକ୍ରନ ଯୋଗୁଁ ପୁଣି ଥରେ କଟକଣା ଲାଗୁ ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ଧରି କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲା। ତା ସତ୍ତ୍ଵେ ବିଭିନ୍ନ ସତର୍କତା ଏବଂ ସଚେତନତା ତଥା କୋଭିଡ୍ ପ୍ରତିରୋଧ ଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ଉପରେ ଏକ ପ୍ରକାର ରୋକ୍ ଲାଗିଥିଲା। ତେବେ ରାଜ୍ୟ ବାହାରୁ ଆସିଥିବା କିଛି ଲୋକଙ୍କ ଯୋଗୁଁ ସଂକ୍ରମଣ ଚିନ୍ତା ବଢି ଯାଇଛି। ଗତ କିଛି ଦିନ ଧରି ଭୁବନେଶ୍ଵରର କିଛି ଅଞ୍ଚଳ ଉପରେ ନଜର ରଖାଯାଇଥିବା ବେଳେ ଜୟଦୁର୍ଗାନଗର ବମିଖାଲ ଏବଂ ଭିଏସଏସ ନଗରରେ ଏକାଧିକ କରାେନା ପଜିଟିଭ୍ ଚିହ୍ନଟ ପରେ ସେଠାରେ ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Spread the love