ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର : ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କଲା ଓଡ଼ିଶା ପୋଲିସ । ପୀଡ଼ିତା ଜଣଙ୍କ ଝାଡ଼ଖଣ୍ଡର ହୋଇଥିବାରୁ ମାମଲାକୁ ଅଧିକ ଗୁରୁତ୍ୱର ସହ ନେଇଛି କମିଶନରେଟ୍ ପୋଲିସ । ମାମଲାର ତଦନ୍ତ ପାଇଁ ଜଣେ ବରିଷ୍ଠ ମହିଳା ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏନେଇ ଝାରଖଣ୍ଡ ପୋଲିସକୁ ମଧ୍ୟ ଯୋଗାଯୋଗ କରିଛି ଓଡ଼ିଶା ପୋଲିସ। ଭୁବନେଶ୍ୱର ଏକ ସେକ୍ସ ରାକେଟରେ ନାବାଳିକାକୁ ସାମିଲ କରାଯାଇଥିଲା। ତେଣୁ ରାଜ୍ୟ ବାହାରୁ ନାବାଳିକାଙ୍କୁ ଆଣି ଏଭଳି କାରବାରରେ ନିୟୋଜିତ କିଏ କରିଥିଲା।

ଘଟଣାକୁ ମନିଟର ପାଇଁ ୪ ମହିଳା DSPଙ୍କୁ ବିଭିନ୍ନ ଦିଗରେ ତଦନ୍ତ ପାଇ ଦାୟିତ୍ବ ଦିଆଯାଇଛି। ଘଟଣାରେ ଏକ ଗୋଲ୍ଡେନ କାର ଜବତ କରାଯାଇଛି । ଯେଉଁ କାରରେ ନାବାଳିକାକୁ ବିଭିନ୍ନ ସ୍ଥାନରେ ନେଇ ଦଲାଲ ଛାଡୁଥିବା ପୋଲିସ ପ୍ରମାଣ ସଗ୍ରହ କରିଛି।

Spread the love