ରାଜଧାନୀର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରା

ଭୁବନେଶ୍ୱର: ରାଜଧାନୀର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦଯାତ୍ରା କରିଛନ୍ତି। ସେ ଘର ଘର ବୁଲି ଲୋକଙ୍କୁ ଭେଟିବା ସହ ସମସ୍ୟା ବିଷୟରେ ବି ପଚାର ବୁଝିଛନ୍ତି। ପଦଯାତ୍ରା ପୂର୍ବରୁ ସାଂସଦ ଅପରାଜିତାଙ୍କୁ ବିରୋଧ ଆଶଙ୍କା କରି ୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ଖାଲି ସେତିକି ନୁହେଁ, ୪ ଜଣ ଇନ୍ସପେକ୍ଟର ଓ ୨ ଏସିପି ବିସୁରକ୍ଷା ଦାୟିତ୍ୱରେ ରହିଥିଲେ। ୪୬ ନଂ ୱାର୍ଡରେ ପଦଯାତ୍ରା ସମୟରେ ସେଭଳି କିଛି ଅପ୍ରୀତିକର ଘଟଣା ଘଟିନଥିଲା। ଅନ୍ୟପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଏଭଳି ପଦଯାତ୍ରା ଜାରି ରହିବ। ଆଗକୁ ମଧ୍ୟ ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବେ, କେହି ତାଙ୍କୁ ବିରୋଧ କରି ଅଟକାଇପାରିବେ ନାହିଁ।

Spread the love