ରାଜଧାନୀ ରାଜରାସ୍ତାରେ ଶୀତ: କାକରରେ ଶିକ୍ଷକ, ୨ ଦଫା ଦାବି ନେଇ କରୁଛନ୍ତି ଆନ୍ଦୋଳନ
ଭୁବନେଶ୍ବର: ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ପ୍ରାଥମିକ ଶିକ୍ଷକ ମହାସଂଘର ବଡ଼ ବିକ୍ଷୋଭ । ୨ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଶିକ୍ଷକ ସଂଘ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ହଜାର ହଜାର ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ।
ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ପଦବୀ ଅନୁଯାୟୀ ମୂଳ ବେତନ ଦେବାକୁ ଦାବୀ କରିଛି ମହାସଂଘ। ମୂଳ ପଦବୀକୁ ଅପଗ୍ରେଡ କରି ଲେବୁଲ-୯ ଅନୁଯାୟୀ ମୂଳ ବେତନ ୩୫ହଜାର ୪୦୦ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି । ଏହାସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଛେଦ କରିବାକୁ ଦାବୀ କରୁଛନ୍ତି ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ।
ରାଜଧାନୀ ରାଜରାସ୍ତାରେ ଶୀତ, କାକରରେ ଶିକ୍ଷକ । ୨ ଦଫା ଦାବିରେ ବିଧାନସଭା ଆଗରେ ପ୍ରାଥମିକ ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ ଜାରି। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଶହ ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗର୍ଜନ। ପ୍ରାଥମିକ ଶିକ୍ଷକଙ୍କର ମୂଳ ପଦବୀକୁ ଅପଗ୍ରେଡ କରି ଲେବୁଲ-୯ ଅନୁଯାୟୀ ମୂଳ ବେତନ ୩୫ ହଜାର ୪ଶହ ଟଙ୍କା ଦିଆଯାଉ । ସେହିପରି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ ମସିହାରୁ ଏଯାଏ କାର୍ଯ୍ୟରତ ସବୁ ଶିକ୍ଷକଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା ସହିତ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ପାଇଁ ଦାବି କରିଛି ମହାସଂଘ ।
ଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମହାସଂଘ ଚେତାବନୀ ଦେଇଛି । ପୂର୍ବରୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ବେଳେ ମାଟ୍ରିକ ସିଟି ଯୋଗ୍ୟତା ଥିଲା । ପରବର୍ତ୍ତୀ ସମୟରେ ଏହି ଯୋଗ୍ୟତାକୁ ଇଣ୍ଟରମିଡିଏଟ ସିଟି କରାଯାଇଛି । କିନ୍ତୁ ଏବେ ସୁଦ୍ଧା ଗ୍ରେଡ ପେ ଯାହା ଥିଲା ତାହା ରହିଛି । ରାଜ୍ଯରେ କାର୍ଯ୍ୟରତ ଏକ ଲକ୍ଷ ୫୦ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀ ଦାବି ନେଇ ସରକାରଙ୍କୁ ବାରମ୍ବାର ଜଣାଇଛନ୍ତି । ୨୦୨୨ ମସିହାରୁ ସବୁ ପ୍ରାଥମିକ ଶିକ୍ଷକ ୨ ଦଫା ଦାବିରେ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଆଲୋଚନା ଜାରି ରଖିଛନ୍ତି । ହେଲେ ଏଯାଏ ସରକାର ଦାବି ପୂରଣ କରୁନଥିବାରୁ ପ୍ରାଥମିକ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେଯାଏ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ଚେତାବନୀ ଦେଇଛି ।
