ରାଜ୍ୟରେ ଆହୁରି ୩ ଦିନ ବର୍ଷିବ
ଭୁବନେଶ୍ୱର : ଭୁବନେଶ୍ବରରେ ମେଘୁଆ ପାଗ । ରାଜ୍ୟରେ ଆହୁରି ୩ ଦିନ ବର୍ଷିବ । ରାଜ୍ୟରେ ମୌସୁମିଜନିତ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହେଉଥିବା ବେଳେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ ବେଗରେ ପବନ ବହିବା ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ବରରେ ସକାଳୁ ମେଘୁଆ ପାଗ ରହିଛି । ଆଜି ବିଜୁଳି ଘଡ଼ଘଡ଼ି ପାଇଁ ୨୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
