ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷପାତିତା ଗଣତନ୍ତ୍ର ପ୍ରତି ବିପଦ : ବିଜେପି

ଭୁବନେଶ୍ୱର : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟିଂ ସରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରିଗିଂ ଭଳି ବହୁ ଅଭାବନୀୟ ଘଟଣା ଘଟିଯାଇଛି । ୨୦୦ରୁ ଅଧିକ ସ୍ଥାନରେ ଶାସକ ବିଜେଡି ଦ୍ୱାରା ହୋଇଥିବା ବୁଥ୍ ରିଗିଂ ପ୍ରସଙ୍ଗରେ ତଥ୍ୟପ୍ରମାଣ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଅନ୍ୟ ପଟେ ନିର୍ବାଚନ କମିଶନ ମାତ୍ର ୪୫ଟି ସ୍ଥାନରେ ପୁନଃ ମତଦାନ କରିବା ପାଇଁ ନିର୍ଦ୍ଦେଶ ଦେଇ ନିଜ କର୍ତବ୍ୟ ସାରିଦେଇଛନ୍ତି । ସେହିପରି ନିର୍ବାଚନ ସମୟରେ ସର୍ବାଧିକ ଗୁଣ୍ଡାଗର୍ଦ୍ଦି ସହ ହିଂସାକାଣ୍ଡ ଘଟିଥିବା ତିନୋଟି ଜିଲ୍ଲା ହେଉଛି; ମୁଖ୍ୟମନ୍ତ୍ରୀ ତଥା ଶାସକ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିଜସ୍ୱ ଜିଲ୍ଲା ଗଂଜାମ, ବିଜେଡିର ରାଜ୍ୟ ସଂଗଠନ ସଂପାଦକ ବବି ଦାସଙ୍କ ଗୃହ ଜିଲ୍ଲା ଯାଜପୁର ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ଗୃହ ଜିଲ୍ଲା ଭଦ୍ରକ । ଏଥି ସହ ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ଓ ନେତାଙ୍କ ନିଜସ୍ୱ ଜିଲ୍ଲାରେ ମଧ୍ୟ ବ୍ୟାପକ ହିଂସାକାଣ୍ଡ, ବୁଥ୍ ରିଗିଂ ଭଳି ଅଗଣତାନ୍ତ୍ରିକ ହୋଇଛି । ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ତଥ୍ୟ ଓ ପ୍ରମାଣ ସହ ବାରମ୍ବାର ଅଭିଯୋଗ କରାଯିବା ସତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ନିର୍ବାଚନ
ନିର୍ବାଚନ କମିଶନଙ୍କୁ ତଥ୍ୟ ଓ ପ୍ରମାଣ ସହ ବାରମ୍ବାର ଅଭିଯୋଗ କରାଯିବା ସତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ କର୍ମଚାରୀମାନେ ଶାସକ ବିଜେଡିର ହାତବାରିସୀ ସାଜି ଦଳୀୟ କର୍ମୀ ଭାବେ ଖୋଲାଖୋଲି ବେଆଇନ କାର୍ଯ୍ୟ କରୁଛନ୍ତି । ରାଜ୍ୟବ୍ୟାପୀ ଘଟୁଥିବା ଏଭଳି ଘଟଣା ସଂପର୍କରେ ତଥ୍ୟପ୍ରମାଣ ସହ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରାଯିବା ସତ୍ୱେ ନିର୍ବାଚନ କମିଶନ ନୀରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ଶାସକ ବିଜେଡି ସପକ୍ଷରେ ପକ୍ଷପାତିତା ଗଣତନ୍ତ୍ର ପ୍ରତି ବିପଦ ଆଣିଦେଇଛି । ନିର୍ବାଚନକୁ ଏକ ପ୍ରହସନରେ ପରିଣତ କରୁଛନ୍ତି ନିର୍ବାଚନ କମିଶନ । ଶାସକ ବିଜେଡି ଚାପରେ ନିର୍ବାଚନ କମିଶନଙ୍କ ପକ୍ଷପାତିତାକୁ ବିରୋଧ କରି ଆଜି ବିଜେପି ତରଫରୁ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ପୋଲିସ ଉପସ୍ଥତିରେ ଭଦ୍ରକ ତିହିଡିରେ ବିଜେଡି ନେତ୍ରୀ ଯେଉଁ ଭଳି ଭାବେ ବୁଥ୍ ରିଗିଂ କରିଛନ୍ତି, ତାହା ଶାସକ ଦଳର ଅରାଜକତାକୁ ସ୍ପଷ୍ଟ କରୁଛି । ଭୋଟିଂ କେନ୍ଦ୍ରରେ ସିସିଟିଭି ପାଇଁ ବିଜେପି ଦାବି କରିଥିଲେ ମଧ୍ୟ ନିର୍ବାଚନ ପରିଚାଳନାରେ ଥିବା ଜିଲ୍ଲା ଅଧିକାରୀମାନେ କୈାଣସି ପଦକ୍ଷେପ ଗ୍ରହଣ କରିନଥିଲେ । ବ୍ୟାପକ ଭାବେ ବୁଥ୍ ରିଗିଂ କରାଯିବା ସହିତ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ମାଡ ଘଟଣାରେ ବର୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ୍ରୁ ଗିରଫ କରାଯାଇନାହିଁ । ଜଣେ ଜଣେ ବିଜେଡି କର୍ମୀ ୫୦ରୁ ଅଧିକ ଭୋଟ ଦେବାକୁ ପ୍ରତିବାଦ କରିବାରୁ ବିଜେପି ଏଜେଂଟଙ୍କୁ ଧମକ ଦିଆଯାଇ ଭୟଭୀତ କରାଗଲା । ଏଭଳି ଅଗଣତାନ୍ତ୍ରୀକ କାର୍ଯ୍ୟରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ମନମୋହନ ସାମଲ ଦାବୀ କରିଛନ୍ତି । ନିର୍ଭୟରେ ଭୋଟଦାନ ଅନୁଷ୍ଠିତ କରାଇବାର ଦାୟୀତ୍ୱ ହେଉଛି ପୋଲିସ ପ୍ରଶାସନର । କିନ୍ତୁ ଗତ ୧୮ ତାରିଖ ଦିନ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗମାଲ ଓ କଠଉମାଲ ମତଦାନ କେନ୍ଦ୍ରରେ ସ୍ଥାନୀୟ ଗାଇସିଲଟ ଆଇଆଇସି ବିନା କାରଣରେ ଉଭୟ ମହିଳା ଓ ପୁରୁଷ ମତଦାତାଙ୍କୁ ଯେଉଁ ଭଳି ନିର୍ମମ ଭାବେ ଲାଠିରେ ମାଡ ମାରି ଆତଙ୍କ ବାତାବରଣ ସୃଷ୍ଟି କରିଲେ, ତାହା ଅତ୍ୟନ୍ତ ଦଣ୍ଡନୀୟ ଅପରାଧ । ଏହି ଅମାନବୀୟ ଘଟଣାର ବିଷୟରେ ବିଭିନ୍ନ ସମ୍ବାଦପତ୍ର ଓ ଗଣମାଧ୍ୟମରେ ବିସ୍‌ୃତ ଖବର ପ୍ରକାଶିତ ହୋଇଥିଲା ଏବଂ ବିଜେପି ତରଫରୁ ପଦ୍ମପୁର ଏସଡିପିଓଙ୍କୁ ସବିଶେଷ ତଥ୍ୟ ଦିଆଯାଇଥିବା ସତ୍ୱେ ବର୍ତମାନ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଗାଇସିଲଟ ଆଇଆଇସିଙ୍କୁ ତୁରନ୍ତ ବହିଷ୍କାର କରାଯାଇ ଏହି ଘଟଣାକୁ ଚାପିଦେବାର ପ୍ରୟାସ ଅନ୍ୟ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କମିଶନଙ୍କ ନିକଟରେ ଦାବୀ କରିଛନ୍ତି ।
ପଂଚାୟତ ନିର୍ବାଚନ ପ୍ରାରମ୍ଭରୁ ଗଂଜାମ ଜିଲ୍ଲାରେ ବ୍ୟାପକ ଭାବେ ରାଜନୈତିକ ହିଂସାକାଣ୍ଡ ଆରମ୍ଭ ହୋଇଯାଇଛି । ବର୍ତମାନ ନିର୍ବାଚନ ସମୟରେ ଶାସକ ବିଜେଡି ତରଫରୁ ଭୋଟମାନଙ୍କୁ ଭୟଭୀତ କରାଯାଇ ବ୍ୟାପକ ଭାବେ ବୁଥ୍ ରିଗିଂ କରାଯାଉଛି । ଗୋଟିଏ ଗୋଟିଏ ବୁଥ୍‌ରେ ସମୁଦାୟ ଭୋଟର ସଂଖ୍ୟାଠାରୁ ଅଧିକ ମତଦାନ ହୋଇଛି । ପ୍ରବାସୀ, ମୃତ୍ୟୁବରଣ କରିଥିବା ଲୋକଙ୍କ ନାମରେ ମଧ୍ୟ ଭୋଟଦାନ କରାଯାଇଛି । ଏ ସଂପର୍କରେ ବିଜେପି ତରଫରୁ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଏ ସଂପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ରିପୋର୍ଟ ପ୍ରଦାନ କରିସାରିଥିବା କଥା କହୁଥିବାବେଳେ ଅନ୍ୟ ପଟେ ଏ ସମସ୍ତ ରିପୋର୍ଟ ନିର୍ବାଚନ କମିଶନଙ୍କ ହସ୍ତଗତ ହୋଇନଥିବାର ମତ ରଖିଛନ୍ତି । ଏହା କିପରି ସମ୍ଭବ ଏବଂ ଏଭଳି ମିଥ୍ୟା ସୁଚନା କାହା ସ୍ୱାର୍ଥ ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।
ନୟାଗଡ ଜିଲ୍ଲା ରଣପୁର ବ୍ଲକର ରାଜଜଂକିଆ ପଂଚାୟତରେ ନିର୍ବାଚନୀ ହିଂସାରେ ବିଜେପି କର୍ମୀ ବିବେକାନନ୍ଦ ରଣବିଜୁଳିଙ୍କୁ ହତ୍ୟା କରାଯାଇ ବର୍ତମାନ ଆତ୍ମହତ୍ୟାର ରୂପ ଦେବା ଘଟଣାରେ ଶାସକ ବିଜେଡିର ଚକ୍ରାନ୍ତକୁ ସ୍ଥାନୀୟ ପୋଲିସ ଆଇଆଇସି ରଶ୍ମୀରଂଜନ ଦାସ ଏବଂ ନୟାଗଡ ଏସଡିପିଓ ଘଂଟ ଘୋଡାଉଛନ୍ତି । ଆଇଆଇସି ଏବଂ ଏସଡିପିଓଙ୍କ ଶାସକ ଦଳ ପ୍ରତି ଆନୁଗତ୍ୟ କାରଣରୁ ସ୍ଥାନୀୟ ଅଂଚଳରେ ଶାନ୍ତଶୃଙ୍ଖଳା ପରିସ୍ଥିତି ଭଙ୍ଗ ହୋଇଛି । ତେଣୁ ଉଭୟ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁରମା ପାଢୀ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରିଛନ୍ତି ।

 ଏହି ଧାରଣାରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖ୍ୟପାତ୍ର ଠାକୁର ରଣଜିତ୍ ଦାସ, ଉମାକାନ୍ତ ପଟ୍ଟନାୟକ, ସୋନାଲୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା, ଜଗନ୍ନାଥ ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମୀରଂଜନ କାନୁନଗୋଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love