ରାଜ୍ୟ ବିଜେପିର ନୂଆ ଟିମ୍ ହେଲା ଘୋଷଣା; ଜାଣନ୍ତୁ କେଉଁଥିରେ କିଏ ରହିଲା…

ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭାବେ ଇରାଶିଷ ଆଚାର୍ଯ୍ୟ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ, କୃଷକ ମୋର୍ଚ୍ଚାର ସଭାପତି ଭାବେ ପ୍ରଦୀପ ପୁରୋହିତ, ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ଭାବେ ବିଶ୍ୱେଶ୍ୱର ଟୁଡ଼ୁ, ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଭାବେ ବିଭୁ ପ୍ରସାଦ ତରାଇ ଓ ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଭାବେ ସିକନ୍ଦର ଅଲ୍ଲୀଙ୍କୁ ନିଯୁକ୍ତି ଦିଆଯାଇଛି। ୧୦ ଜଣ ନବନିଯୁକ୍ତ ମୁଖପାତ୍ର ହେଲେ ସୁଦୀପ୍ତ ରାୟ, ପିତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧୀରେନ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ ଦାସ ଓ ଉମାକାନ୍ତ ପଟ୍ଟନାୟକ। ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଭାବେ ଦେବେନ୍ଦ୍ର ନନ୍ଦ ନିଯୁକ୍ତି ପାଇଛନ୍ତି। ଏହା ବାଦ୍ ରାଜ୍ୟ କାର୍ଯ୍ୟକାରିଣୀରେ ୭୫ ଜଣଙ୍କୁ ସଦସ୍ୟ ରଖାଯାଇଛି। ରାଜ୍ୟ କମିଟିରେ ୧୬୧ ଜଣଙ୍କୁ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରଖାଯାଇଥିଲା ବେଳେ ୩୦ ଜଣଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରଖାଯାଇଛି।

Spread the love