ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବାକୁ ନିଷ୍ପତି ନେଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ତାଙ୍କ ବୈଠକ ପରେ ସେ କଣ ପ୍ରତିକ୍ରିୟା ରଖିଲେ ତାହା ଅଲଗା କଥା । ହେଲେ ବିଜେଡି ନିଜେ କହୁ କେଉଁ ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ହତ୍ୟା କରିଛି । ଏହି ରାଜ୍ୟରୁ ସର୍ବାଧିକ ଦାଦନ ବାହାର ରାଜ୍ୟକୁ ଯାଉଛନ୍ତି । ଏସବୁ ଯଦି ୨୫ବର୍ଷ ଶାସନର ପ୍ରତିଫଳନ ତେବେ ଓଡିଆ ଜଗନ୍ନାଥଙ୍କର ଶରଣରେ ଯିବା ଛଡା ଅନ୍ୟଥା ନାହିଁ ।

Spread the love