ରାତିରେ ଭଲ ନିଦ ହେଉନି କି ? ପଢନ୍ତୁ ଏହି ସବୁ ଟିପ୍ସ

 (ସତ୍ୟଦ୍ରଷ୍ଟା)  ଅଧିକାଂଶ ଲୋକଙ୍କ ପାଇଁ ଏବେ ନିଦ୍ରାହୀନତା ଏକ ସମସ୍ୟା ପାଲଟିଛି। ଅନେକ ଲୋକ ଶାନ୍ତିରେ ଟିକେ ଶୋଇ ପାରୁନାହାଁନ୍ତି। ଏହାର ପ୍ରମୁଖ କାରଣ ହେଲା ଆଜିକାଲିକାର ଅସ୍ୱାଭାବିକ ଜୀବନଶୈଳୀ।
କାର୍ଯ୍ୟବ୍ୟସ୍ତତା, ମାନସିକ ଚାପ ଓ ଆଉ କିଛି ଛୋଟ ଛୋଟ କାରଣରୁ ନିଦ୍ରାହୀନତା ଏକ ବଡ ସମସ୍ୟାରେ ପରିଣତ ହୋଇଛି। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଔଷଧର ମଧ୍ୟ ସାହାଯ୍ୟ ନେଇଥା’ନ୍ତି। ହେଲେ ଫଳ କିଛି ହୁଏନି। ବରଂ ସ୍ୱାସ୍ଥ୍ୟ ବିଗିଡି ଯାଏ। କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ଏକ ସହଜ ଉପାୟ ରହିଛି। ଆସନ୍ତୁ ଜାଣିବା ସେହି ଉପାୟଟି କ’ଣ?

‘ଜେନେରାଲ୍ ଇନଡୋର ଏୟାର’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଅନିଦ୍ରା ସମସ୍ୟାକୁ ନେଇ ଯଦି ଚିନ୍ତିତ ହେଉଛନ୍ତି ତେବେ ବେଡରୁମର ଝରକା କିମ୍ବା କବାଟ ଖୋଲାରଖି ଶୋଇଲେ ଏହା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ।*
*ଗବେଷକଙ୍କ ମତରେ ଠିକ୍‌ରେ ବାୟୁ ଚଳପ୍ରଚଳ ନହେବା କାରଣରୁ, ଶୋଇବାଘରେ ଅଙ୍ଗାରକାମ୍ଳର ସ୍ତର ବଢିଯାଇଥାଏ। ଫଳରେ ନିଃଶ୍ୱାସ ନେବାରେ ଅସୁବିଧା ହେବା ସହ ନିଦ ବାଧାପ୍ରାପ୍ତ ହୋଇଥାଏ।

ଏଥିପାଇଁ  ଗବେଷକମାନେ ୧୭ ଜଣ ଛାତ୍ରଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ। ଏହି ଛାତ୍ରମାନେ କିଏ କିଏ ଝରକା କବାଟ ଖୋଲା ରଖି ଶୋଉଥିଲେ ତ ଆଉ କେତେକ ବନ୍ଦ କରି ଶୋଉଥିଲେ। ଏହାପରେ ଗବେଷକ ସେମାନଙ୍କର ଶୋଇବା ଘରର ତାପମାତ୍ରା ଅନୁଧ୍ୟାନ କରୁଥିଲେ। ଏମିତି ଅନୁଧ୍ୟାନରୁ ଜଣାପଡିଲା ଯେ କବାଟ ଓ ଝରକା ବନ୍ଦ ହେବା ଫଳରେ ଶୋଇବା ଘରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ପାଇଥାଏ। କିନ୍ତୁ କବାଟ କିମ୍ବା ଝରକା ଖୋଲା ରହିଲେ ଅଙ୍ଗାରକାମ୍ଳର ସ୍ତର ହ୍ରାସ ହୋଇଥାଏା
ଏହା ପୂର୍ବରୁ ‘କୋପେନହେଗନ ସ୍କୁଲ ଅଫ ଡିଜାଇନ ଆଣ୍ଡ ଟେକନୋଲୋଜି’ ମଧ୍ୟ ଅଧ୍ୟୟନ ଦ୍ୱାରା ଜାଣିପାରିଥିଲା ଯେ, ଯଦି ଶୋଇବା କବାଟ ଝରକା ଖୋଲା ରହିଲେ ସେଠାରେ ସତେଜ ବାୟୁର ଚଳପ୍ରଚଳ ବୃଦ୍ଧିପାଇଥାଏ। ଫଳରେ ଭଲ ନିଦ ହୋଇଥାଏ।

Spread the love