ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା, ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ

ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା । କମିଶନରେଟ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ସିସିଟିଭି ଫୁଟେଜ, ହ୍ୟୁମାନ ଇଣ୍ଟେଲିଜେନସକୁ ଆଧାର କରି ପୋଲିସ ତଦନ୍ତ କରୁଛି । ଖୁବ୍ ଶୀଘ୍ର ଅପହରଙ୍କରୀଙ୍କୁ ଧରିବେ କହିଛନ୍ତି ଭୁବନେଶ୍ୱର ଡିସିପି । ରାମମନ୍ଦିର ଆଗରୁ ଦୁଇ ବର୍ଷର ଶିଶୁ ଅପହରଣ । ଫଳରସ ଦେଇ ଦୃଷ୍ଟି ବାଧିତ ମହିଳା ଜୟନ୍ତୀ ମଲ୍ଲିକଙ୍କ କୋଳରୁ ଶିଶୁ ପୁତ୍ରକୁ ଅପହରଣ ଅଭିଯୋଗ । ଶନିବାର ରାତି ପ୍ରାୟ ଦୁଇଟା ସମୟରେ ଜଣେ ଲୋକ ଆସି ତାଙ୍କ ଦୁଇ ବର୍ଷ ପୁଅ ଶୁଭମକୁ ଜୁସ ଦେଇଥିଲେ । ତା ସହ ଖୋଲାଖୋଲି କରି ତାକୁ ସେଠାରୁ ନେଇ ଚଂପଟ ମାରିଥିଲେ ।

ଜୁସ ଦେବାପରେ କିଛି ସମୟ ପୁଅ ଚୁପ୍ ରହିଲା । ପରେ ଖୋଜାଖୋଜି କଲା ପରେ ସେ ନ ମିଳିବାରୁ ପାଖରେ ସୋଇଥିବା ଲୋକଙ୍କୁ କହିଥିଲେ । ପରେ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ । ମା ଜୟନ୍ତୀ ମଲ୍ଲିକ ରାମ ମନ୍ଦିର ଆଗରେ ପ୍ରାୟ ପାଞ୍ଚ ବର୍ଷ ହେଲା ଭିକ୍ଷା ବୃତ୍ତି କରନ୍ତି ।  ସେ ନୀଳାଦ୍ରି ବିହାର କନ୍ୟାଶ୍ରମରେ ରହୁଛନ୍ତି। ସବୁ ଦିନ ରାତିରେ ସେ ଫେରିଯାଆନ୍ତି ଘରକୁ। ହେଲେ ଶନି ବାର ଦିନ ବର୍ଷା ପବନ ହେବାରୁ ରାମ ମନ୍ଦିର ଠାରେ ରହିଯାଇଥିଲେ। ଜୟନ୍ତୀଙ୍କ ୬ ବର୍ଷ ଝିଅ ମଧ୍ୟ ଥିଲେ। କୁଆଡେ ଗଲେ ଶୁଭମ୍ ? କେହି ତାଙ୍କୁ ଯୋଜନା ବଦ୍ଧ ଭାବେ ଅପ ହରଣ କରିଛି କି ? ଅପହରଣ ପଛରେ ଶିଶୁ ଚୋର ରାକେଟ ରହିଚିକି ? ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ଅସହାୟ ମହିଳାଙ୍କ ପୁତ୍ରକୁ ଖୋଜିବାକୁ ପୋଲିସ ତିନୋଟି ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରୁଛି। ଘଟଣାସ୍ଥଳରେ ପହଁଚିଛି ପୋଲିସ । ରାମ ମନ୍ଦିରରୁ ପ୍ରସ୍ଥାନ ରୁଟର ସବୁ CCTV ଅନୁଧ୍ୟାନ କରାଯାଉଛି। ଭିକ୍ଷା ବୃତ୍ତି କରୁଥିବା, ଯାଯାବର ଭାବେ ବୁଲୁଥିବା ବିଭିନ୍ନ ଲୋକଙ୍କୁ ପଚରା ଉଚୁରା କରୁଛି ପୋଲିସ । ପୋଲିସ ସିସିଟିଭି, ହ୍ୟୁମାନ ଇଣ୍ଟେଲିଜେଂଶ ଆଦିକୁ ଆଧାର କରି ତଦନ୍ତ ଚାଲିଛି । ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି । ଖୁବ୍ ଶୀଘ୍ର ଅପହରଣକାରୀଙ୍କୁ ଗିରଫ କରିବ ପୋଲିସ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ରାମ ମନ୍ଦିର ଭଳି ହାଇ ସିକ୍ୟୁରିଟି ସ୍ଥାନରୁ ଆଗରୁ ରାତିରେ ଚୋରି ହେବା ଘଟଣା ସବୁ ମହଲରେ ଚର୍ଚ୍ଚା ହେଉଛି । ନିକଟରେ ଖାରବେଳ ନଗର ଥାନା ମଧ୍ୟ ରହିଛି। କେବେ ପୋଲିସ ଅପହରଣକାରୀ ଙ୍କୁ ଧରୁଛି ତାହା ଉପରେ ସମସ୍ତଙ୍କ ନଜର।

Spread the love