ରାହୁଲ ହତ୍ୟା ଘଟଣାରେ ସାମ୍ନାକୁ ଆସିଲେ ସାଙ୍ଗ ଶିବା, ବଖାଣିଲେ ସେହି ଶନିବାର କାଳ ରାତ୍ରିର କାହାଣୀ
ଭୁବନେଶ୍ୱର: ଜିଜିପି କଲୋନୀ ୟୁଟ୍ୟୁବରଙ୍କୁ ଘଟଣାରେ ସାମ୍ନାକୁ ଆସିଲେ ସାଙ୍ଗ ଶିବା । ବଖାଣିଲେ ସେହି ଶନିବାର କାଳ ରାତ୍ରିର କାହାଣୀ । କଣ ହୋଇଥିଲା ସେ ରାତିରେ ? ରାହୁଲଙ୍କୁ ହତ୍ୟା ଦିନ ସବୁ ସାଙ୍ଗ ସେଠି ବସିଥିଲେ । କାଚ ବୋତଲ ଭାଙ୍ଗିବା ଶୁଣିବା ପରେ ପହଞ୍ଚିଥିଲେ ଶିବା । ପରେ ଶିବାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ସେଠାରେ ସେ ଅଚେତ୍ ହୋଇପଡ଼ିଥିଲେ । ଏହାପରେ କଣ ହୋଇଥିଲା ସେ କିଛି ଜାଣି ପାରିନଥିଲେ । ପରେ ନିଜକୁ ମେଡିକାଲରେ ପଇଥିବା ସେ କହିଛନ୍ତି ।
ଅନ୍ୟପଟେ ରାହୁଲ ମହାରଣାଙ୍କ ସାଙ୍ଗ ଶିବା ଉପରେ ପରିବାର ଲୋକଙ୍କ ସନ୍ଦେହ। ଏହା ଯୋଜନାବଦ୍ଧ ହତ୍ୟା ବୋଲି ମୃତ ରାହୁଲଙ୍କ ସ୍ତ୍ରୀ ତୃଷ୍ଣା କହିଛନ୍ତି। ହତ୍ୟା ଘଟଣା ଦିନ ରାହୁଲଙ୍କ ସହ ଥିଲା ଶିବା । ପୂର୍ବରୁ ରାହୁଲଙ୍କୁ ଫୋନ ଯୋଗେ ବାରମ୍ବାର ଧମକ ଦିଆଯାଉଥିଲା ବୋଲି ତୃଷ୍ଣା କହିଛନ୍ତି । ଜଣେ ବିହାରୀ ମହିଳାଙ୍କ ଠାରୁ ମଧ୍ୟ ଧମକ ମିଳିଥିଲା । ଗାଡ଼ି ପାର୍କିଂକୁ ନେଇ ଜଣେ ବ୍ୟବସାୟୀଙ୍କ ସହ ପୂର୍ବରୁ ଶତ୍ରୁତା ଥିଲା । ଘଟଣାସ୍ଥଳରେ ଅନ୍ୟ ସାଙ୍ଗମାନେ ଥିବା ସତ୍ତ୍ୱେ କେବଳ ରାହୁଲଙ୍କୁ ଟାର୍ଗେଟ କରାଯାଇଥିବାରୁ, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଅଭିଯୋଗ କରିଛନ୍ତି। ପୋଲିସ ହତ୍ୟା ମାମଲାରେ ଜଣେ ସେନା ଯବାନ ଓ ତାଙ୍କର ଦୁଇ ପୁତୁରାଙ୍କୁ ଗିରଫ କରିଛି । ହଠାତ ଉତ୍ତେଜନାରୁ ବଚସା ପରେ ରାହୁଲଙ୍କ ମର୍ଡର କରାଯାଇଥିବା ପୋଲିସ କହିଥିବା ବେଳେ ପରିବାର ଲୋକ କିନ୍ତୁ ଏହାକୁ ଗ୍ରହଣ କରିପାରୁନାହାନ୍ତି । ୩ ଅଭିଯୁକ୍ତଙ୍କୁ ଗିରଫ ପରେ ବି ବଢୁଛି ସଂଦେହ।
