ରାୟଗଡ଼ାକୁ ସଫଳତା: ଜିଲ୍ଲାପାଳଙ୍କୁ ସମ୍ମାନିତ କରିବ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ରାୟଗଡା: ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କୁ ମିଳିବ ଜାତୀୟସ୍ତରୀୟ ସମ୍ମାନ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ସମ୍ମାନିତ କରିବା ନେଇ ଘୋଷଣା କରିଛି। ରାୟଗଡ଼ା ଜିଲ୍ଲାର ଜମିଜମା ରେକର୍ଡ ୯୭ ପ୍ରତିଶତ ଅପଡେଟ୍ ହୋଇ ସାରିଥିବାରୁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ୍ ଅନୁଯାୟୀ ରାୟଗଡ଼ା ଜିଲ୍ଲା ଚୟନ ହୋଇଛି। ଜିଲ୍ଲାର ୧୧ ତହସିଲରେ ଏହି କାର୍ଯ୍ୟକୁ ତ୍ବରାନିତ କରିବା ପାଇଁ ଜିଲ୍ଲାପାଳ ସ୍ବଧା ଦେବ ସିଂ ପ୍ରତି ମାସରେ ବସୁଥିବା ରାଜସ୍ବ ସମୀକ୍ଷା ବୈଠକରେ ଗୁରୁତ୍ବାରୋପ କରି ଆସୁଥିଲେ। ଗତ ୧ ବର୍ଷ ମଧ୍ୟରେ ଜିଲ୍ଲାର ଅଧିକାଂଶ ରେକର୍ଡ କମ୍ପ୍ୟୁଟରୀକରଣ ହୋଇଛି। ଫଳରେ ଜମିଜମା ମାମଲା ସହ ରାଜସ୍ବ ଆଦାୟ କ୍ଷେତ୍ରରେ ସରକାର ସଫଳତା ପାଇ ପାରିଛନ୍ତି।

Spread the love