ରୁପିରୁ ରକ୍ଷା ପାଇବାର ଉପାୟ

(ସତ୍ୟ ଦ୍ରଷ୍ଟା): ଶୀତଦିନେ କେଶରେ ରୁପି ସମସ୍ୟା ଉପୁଜିଥାଏ। ଏଥିରୁ ରକ୍ଷା ପାଇବାକୁ ହେଲେ ଘରୋଇ ଉପଚାର କରିବା ଭଲ। ଶୀତରେ ଥଣ୍ଡା ପାଗ କାରଣରୁ ଗରମ କିମ୍ବା ଉଷୁମ ପାଣିରେ କେଶ ଧୋଇଲେ ରୁପି ସମସ୍ୟା ବଢ଼ିଯାଏ। ସବୁବେଳେ ଥଣ୍ଡା ପାଣିରେ କେଶ ଧୋଇବାର ଅଭ୍ୟାସ କରନ୍ତୁ।

ଗାଧୋଇବା ପୂର୍ବରୁ ଘି-କୁଆଁରୀ ରସ କେଶମୂଳରେ ୨୦ ମିନିଟ୍ ଲଗାଇ ପରେ ଶାମ୍ପୂ କରିବେ। ସପ୍ତାହରେ ୨-୩ଥର ଏଇ ରସ ଲଗାଇଲେ ରୁପି ହୋଇନଥାଏ। ରସୁଣରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ରୁପି ଦୂର କରେ। ୧ଚାମଚ ରସୁଣ ରସରେ ପିଆଜ ରସ ୧ଚାମଚ ମିଶାଇ କେଶରେ ଲଗାଇ ୨୦ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ।  ଅଲିଭ ତେଲକୁ ପ୍ରତିଦିନ ନଖଉଷୁମ କରି କେଶମୂଳରେ ଲଗାଇଲେ ମଧ୍ୟ ରୁପି ସମସ୍ୟା ଦୂର ହୁଏ।

ନିମ୍ବ ପତ୍ରକୁ ଗୁଣ୍ଡ କରି କଞ୍ଚା ଖିର କିମ୍ବା ଦହିରେ ମିଶାଇ କେଶରେ ଲଗାଇ ଶୁଖିବା ପରେ ଧୋଇନେବେ। ସପ୍ତାହକୁ ୨ଥର ଏହି ପ୍ୟାକ୍ ଲଗାଇଲେ ଲାଭ ମିଳେ।

Spread the love