ରୋଜଗାରିଆ ପୁଅର ମୃତ୍ୟୁ ନେଇ ନ୍ୟାୟ ଅପେକ୍ଷାରେ ବାପା ଓ ମା

ପୁରୀ: ସନ୍ଧ୍ୟା ବେଳେ ଶୌଚ ହେବାକୁ ଯାଇଥିଲେ ହେଲେ ଆଉ ଘରକୁ ଫେରିଲାନି ପୁଅ । ପରେ କେନାଲ ଭିତରୁ ମିଳିଥିଲା ପୁଅର ଗଳିତ ମରଶରୀର । ପରିବାରର ରୋଜଗାରିଆ ଏକ ମାତ୍ର ପୁଅକୁ ହରାଇ ଚିନ୍ତାରେ ବାପା ମା ଓ ସ୍ତ୍ରୀ।

ପୁଅ ନଫେରିବାରୁ ରାମଚଣ୍ଡୀ ଥାନାରେ ଗତ ନଭେମ୍ବର ମାସ ୨୨ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଜୀବନଙ୍କ ବାପା। ବାପାଙ୍କ ଅଭିଯୋଗର ଠିକ ଗୋଟିଏ ଦିନ ପରେ ଏକ ଛୋଟିଆ କେନାଲରେ ଜୀବନଙ୍କ ମରଶରୀର ଭାସୁଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ରାମଚଣ୍ଡୀ ପୋଲିସ । ଯଦିଓ ପୋଲିସର ପ୍ରାଥମିକ ତଦନ୍ତରେ ଜୀବନଙ୍କ ହାତ ଓ ଗୋଡରେ କ୍ଷତ ଚିହ୍ନ ଥିବା ବେଳେ ପିଠିରେ ମଧ୍ୟ କ୍ଷତ ରହିଥିବା ଜଣାପଡିଥିଲା। ଘର ଠାରୁ ଅଳ୍ପ ଦୂର ବଡଗାଁ ରାସ୍ତା ମଧ୍ୟ ଭାଗରେ ଥିବା ଚଉଦପାଆ ସଙ୍ଖ ମୁହରୁ ଅଧା ବୁଡିଥିବା ଅବସ୍ଥାରେ ଭାସୁଥିବା ଦେଖି ରାମଚଣ୍ଡୀ ଥାନା ଅଧିକାରୀ ସହ ନିମାପଡା sdpo ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ମେଡିକାଲକୁ ପଠାଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଆଜିକୁ ୩ମାସ ହେବ କେବଳ ତଦନ୍ତ ଚଳାଇଛନ୍ତି । ଘଟଣା ଘଟିବା ୨ ମାସ ବିତିଯାଇଥିଲେ ମଧ୍ୟ ଉପଯୁକ୍ତ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି ଜୀବନଙ୍କ ବାପା, ମାଆ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି।

ଜୀବନଙ୍କ ଘର ପୁରୀ ଜିଲ୍ଲା ଅନ୍ତର୍ଗତ ଇତିଭୂଆ ପଞ୍ଚାୟତ ପିତାପଡା ଗାଁରେ । ଜୀବନ ହେଉଛନ୍ତି ଏକ ଦଳିତ ପରିବାରର । ସେ ଅନ୍ୟର ଧାନ କଳରେ କାମ କରି ୫ପ୍ରାଣୀ କୁଟୁମ୍ବକୁ ପ୍ରତିପୋଷଣ କରୁଥିଲେ । ଜୀବନଙ୍କ ମୃତ୍ୟୁ ଘଟଣାକୁ ୨ମାସ ରୁ ଅଧିକ ହେବ ବିତିଯାଇଥିଲେ ପରେ ବି ଜୀବନଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ହୋଇନାହିଁ ଖୁଲାସା। ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ ବ୍ୟକ୍ତିଙ୍କ ମରଶରୀରକୁ ନେବାପାଇଁ ଟଙ୍କା ପୋଲିସଙ୍କୁ ମିଳୁଥିବା ବେଳେ କିପରି ପୋଲିସ ଦଳିତ ପରିବାରଠାରୁ ଟଙ୍କା ନେଇଛନ୍ତି । ସରକାରୀ ଟଙ୍କା ପାଉଛନ୍ତି ଏପଟେ ଦଳିତ ପରିବାର ଠାରୁ ଟଙ୍କା ନେଇ ଗାଡି, କଳା ପଲିଥିନି, ସୁତୁଲି,ଧୂପକାଠି କିଣିବା କହି ଟଙ୍କା ନେଇଛନ୍ତି।

ଜୀବନଙ୍କର ୪ବର୍ଷର ଛୋଟ ଝିଅଟିଏ ଅଛି । ତାଙ୍କ ସ୍ତ୍ରୀ ଏବେ ଗର୍ଭବତୀ ଅଛନ୍ତି । ମାଆ ବାପା କିପରି ଚଳିବେ କିପରି ରହିବେ ଚାଳ ଛପର ଘରେ ପ୍ରବଳ ଶୀତରେ କାଟୁଛନ୍ତି ଜୀବନ । ଏ ନେଇ ରବିନ୍ଦ୍ର ପୁରୀ ଆରକ୍ଷୀଅଧିକ୍ଷକଙ୍କର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ତୁରନ୍ତ ଆଇନ ବିଭାଗ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଆକର୍ଷଣ କରି ଦଳିତ ପରିବାରକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ।

Spread the love