ଲାଞ୍ଚ ନେବା ମାମଲାରେ ଅବସରପ୍ରାପ୍ତ କନିଷ୍ଠ କିରାଣି ଦଣ୍ଡିତ, ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ

କଟକ : ଲାଞ୍ଚ ନେବା ମାମଲାରେ ଅବସରପ୍ରାପ୍ତ କନିଷ୍ଠ କିରାଣି ଦଣ୍ଡିତ ।  ଯାଜପୁର ଜିଲ୍ଲାପାଳ ଅଫିସର ପୂର୍ବତନ କନିଷ୍ଠ କିରାଣୀ ଲକ୍ଷ୍ମୀଧର ସ୍ୱାଇଁ ।  ୨ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।  ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ।  ସୋସାଇଟି ଆକ୍ଟରେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଦେବାକୁ ଲାଞ୍ଚ ମାଗି ଧରା ପଡ଼ିଥିଲେ ।  ଦୋଷୀ ସାବ୍ୟସ୍ତ ହେବା ପରେ ଓଡ଼ିଶା ଭିଜିଲାନ୍ସ ଏବେ ଲକ୍ଷ୍ମୀଧର ସ୍ୱାଇଁଙ୍କ ପେନସନ ବନ୍ଦ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ ।

Spread the love